ରହସ୍ୟ ଘେରରେ ଜେଇଙ୍କ ମୃତ୍ୟୁ: ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ରହସ୍ୟ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ। ସରକାରୀ କ୍ବାର୍ଟସରୁ ଉଦ୍ଧାର ହେଲା ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ମୃତ ବ୍ୟକ୍ତି ଜଣକ ହେଲେ ପ୍ରଦୀପ କୁମାର ଘୋଷ।

ବୌଦ୍ଧ (କେନ୍ୟୁଜ): ରହସ୍ୟ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ କ୍ବାର୍ଟସରୁ ଉଦ୍ଧାର ହେଲା ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ମୃତ ବ୍ୟକ୍ତି ଜଣକ ହେଲେ ପ୍ରଦୀପ କୁମାର ଘୋଷ । ତାଙ୍କ ଘର ବାରିପଦାରେ।

ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା । ଭୋଜି ଖାଇସାରିବା ପରେ ନିଜ ସରକାରୀ ବାସଭବନକୁ ଫେରିଥିଲେ । ଦୀର୍ଘ ସମୟ ଧରି ପ୍ରଦୀପ କବାଟ ନଖୋଲିବାରୁ ସହଯୋଗୀଙ୍କ ସନ୍ଦେହ ହୋଇଥିଲା । ସେମାନେ କବାଟ ବାଡେଇଥିଲେ ମଧ୍ୟ ରୁମ ଭିତରୁ କିଛି ଉତ୍ତର ଆସିନଥିଲା । ପରେ କବାଟ ଭାଙ୍ଗି ଭିତରେ ପଶି ଦେଖିବାରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ ପ୍ରଦୀପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ହତ୍ୟା କି ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.