କଟକ ଏସ୍‌ସିବିରୁ ପିଲା ଚୋରି ଘଟଣା, ମହିଳାଙ୍କ ସମେତ ୩ ଅଟକ

କଟକ (କେନ୍ୟୁଜ): କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ୩ ଅଟକ। ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ମଙ୍ଗଳାବାଗ ଥାନା ପୋଲିସ । ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି । ୮ ଦିନ ଧରି ଶିଶୁ ଚୋରି ପାଇଁ ଚାଲିଥିଲା ପ୍ଲାନିଂ । ଲଗାତାର SCB ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଆସୁଥିଲେ ମହିଳା । ସୁଯୋଗ ଦେଖି ନବଜାତକୁ ଉଠାଇ ନେଇଥିଲେ ପ୍ରତାପନଗରୀ ଅଞ୍ଚଳର ଦମ୍ପତି।

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ସହ ଅଦଳବଦଳ ନାଟକ ରଚିଛନ୍ତି । ସଂପୃକ୍ତ ଦମ୍ପତିି କହିଛନ୍ତି ତାଙ୍କର ପୁତ୍ର ସନ୍ତାନ ହୋଇଥିଲା, ଭୁଲ୍‌ରେ ସେ କନ୍ୟା ସନ୍ତାନ ନେଇଯାଇଥିଲେ । ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା SCB ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମହିଳା ଜଣକ SCBରେ ଆଡମିଟ ହୋଇନଥିଲେ କି ନା ପୁତ୍ର ସନ୍ତାନ ପ୍ରସବ କରିନାହାଁନ୍ତି। ସେପଟେ ଘଟଣାର ଯାଞ୍ଚ ଚାଲିଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ମହିଳା ଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି। ପୂରା ତଦନ୍ତ ପରେ ହିଁ ସମସ୍ତ ସତ ସାମ୍ନାକୁ ଆସିବ ବୋଲି କଟକ ଡିସିପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.