ଏମାନେ ହେଉଛନ୍ତି ଅକ୍ଟୋବର ମାସର ଭାଗ୍ୟଶାଳୀ ରାଶି; ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିମାନଙ୍କୁ ହେବ ଧନ ବର୍ଷା!

ଆଉ କିଛି ଦିନ ପରେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ଦଶହରା, ଧନତେରସ୍‌ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ପଡ଼ୁଛି। ମା’ ଲକ୍ଷ୍ମୀ ଓ ଧନ କୁବେରଙ୍କ କୃପା ପାଇବା ପାଇଁ ଏହି ମାସ ବହୁତ ଖାସ୍‌ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମାସ କିଛି ରାଶିର ଲୋକଙ୍କ ପାଇଁ ସ୍ୱତନ୍ତ୍ର ରହିବ। ସେମାନଙ୍କୁ ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ ହେବ ଏବଂ କ୍ୟାରିୟରରେ ବଡ଼ ସଫଳତା ମିଳିବ।

ଅକ୍ଟୋବର ମାସରେ ଏହି ରାଶିଗୁଡ଼ିକର ଚମକିବ ଭାଗ୍ୟ

ବୃଷ: ବୃଷ ରାଶି ଲୋକଙ୍କୁ ଅକ୍ଟୋବର ମାସ ଶୁଭ ଫଳ ପ୍ରଦାନ କରିବ। ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। କ୍ୟାରିୟରରେ ନୂଆ ମଉକା ମିଳିପାରେ। ବ୍ୟାପାର ଏବଂ ଚାକିରି ପାଇଁ ବି ଏହି ସମୟଟି ବହୁତ ଭଲ ରହିବ। ଆପଣଙ୍କୁ ଆପଣଙ୍କ ପରିଶ୍ରମ ଓ ଧୌର୍ଯ୍ୟର ଫଳ ନିଶ୍ଚୟ ମିଳିବ। ପରୀକ୍ଷା ଏବଂ ଇଣ୍ଟରଭ୍ୟୁରେ ସଫଳତା ମିଳିବ। ମୋଟାମୋଟି କହିବାକୁ ଗଲେ, ମାସଟି ଆପଣଙ୍କ ପାଇଁ ବେଶ୍‌ ଲକି ସାବ୍ୟସ୍ତ ହେବ। ଏହି ମାସରେ ଆପଣ କେବଳ ନିଜ ସ୍ୱାସ୍ଥ୍ୟ ପ୍ରତି ହିଁ ଧ୍ୟାନ ଦିଅନ୍ତୁ।

ସିଂହ: ସିଂହ ରାଶିର ଜାତକଙ୍କ ପାଇଁ ଅକ୍ଟୋବର ମାସ ବହୁତ ଭଲ ରହିବ। କ୍ୟାରିୟର ପାଇଁ ଏହି ସମୟ ଲାଭଦାୟୀ ହୋଇପାରେ। ପ୍ରମୋସନ, ଇନ୍‌କ୍ରିମେଣ୍ଟ ମିଳିପାରେ। ପ୍ରଚୁର ଧନ ଲାଭ ହେବ। ଆୟ ବଢ଼ିବ। ଆପଣ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବୈବାହିକ ଏବଂ ପ୍ରେମ ଜୀବନ ସୁଖମୟ ହେବ। ପରିବାର ହସ, ଖୁସିରେ ପୂରି ଉଠିବ। ଏହି ମାସରେ ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ମାସଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଅକ୍ଟୋବର ମାସ ସୁଖ, ସମୃଦ୍ଧି ନେଇ ଆସୁଛି। ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। ଖର୍ଚ୍ଚ ବଢ଼ିବ, କିନ୍ତୁ ଆୟ ବି ସେହିପରି ବୃଦ୍ଧି ପାଇବ। ଆୟର ନୂଆ ସ୍ରୋତ ବାହାରିବ ଏବଂ ସେଥିରେ ଭଲ ଫଳାଫଳ ମିଳିବ।

ଧନୁ: ଧନୁ ରାଶିର ଲୋକଙ୍କୁ ଅକ୍ଟୋବର ମାସ ଖୁବ୍‌ ଲାଭ ପ୍ରଦାନ କରିବ। କ୍ୟାରିୟର, ଆର୍ଥିକ ଏବଂ ପାରିବାରିକ ଜୀବନରେ ଅନୁକୂଳ ପରିଣାମ ମିଳିବ। ସବୁ କ୍ଷେତ୍ରରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ଭଲ ପଡ଼ିବ। ଆପଣଙ୍କ ଜୀବନ ହସଖୁସିରେ ବିତିଯିବ।

ମକର: ମକର ରାଶିର ଲୋକଙ୍କ ପାଇଁ ମଧ୍ୟ ଅକ୍ଟୋବର ମାସ ଶୁଭ ଫଳ ପ୍ରଦାନ କରିବ। ସବୁ କ୍ଷେତ୍ରରେ ଆପଣଙ୍କୁ ଅନୁକୂଳ ଫଳ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଧନ ଲାଭ ହେବ। ପରିବାରରେ ପ୍ରେମ ବଢ଼ିବ ଏବଂ ନିଜ ଜୀବନରେ ଆପଣ ଖୁସିରେ ରହିବେ।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କୁ ଅକ୍ଟୋବର ମାସ ସକାରାତ୍ମକ ଫଳ ଦେବ। କ୍ୟାରିୟରରେ ଜବରଦସ୍ତ ଲାଭ ମିଳିବ। ଖାସ୍‌ କରି, ବିଦେଶରେ ବ୍ୟାପାର କରୁଥିବା ଲୋକଙ୍କୁ ବଡ଼ ଲାଭ ହେବ। ବିଦେଶ ଯିବାର ଯୋଗ ରହିଛି। ଜୀବନସାଥୀଙ୍କ ସହ ଭଲ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.