କେନ୍ଦ୍ର ସରକାର ୪୪ଟିଶ୍ରମ ଆଇନକୁ ବାତିଲ କରି ଜୋର ଜବରଦସ୍ତ ଭାବେ ୪ଟି ଶ୍ରମ କୋର୍ଡ ଲାଗୁକୁ ବିରୋଧ କରି ଆସନ୍ତାକାଲି ବିଭିନ୍ନ ଟ୍ରେଡ ୟୁନିୟନର ୨୪ଘଣ୍ଟିଆ ବନ୍ଦ ଡାକରା

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ଆସନ୍ତାକାଲି ସକାଳ ୬ଟାରୁ ୨୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ହରତାଳରେ ସାମିଲ ହେବାକୁ ସିଆଇଟିୟୁ ପକ୍ଷରୁ ଆହ୍ଵାନ ଦିଆଯାଇଛି । ଏନେଇ ରାଉରକେଲା ନୂଆ ବସଷ୍ଟାଣ୍ଡ ୟୁନିଅନ ଅଫିସ ସମ୍ମୁଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ୟୁନିଅନର କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ନୂଆ ବସଷ୍ଟାଣ୍ଡ ପରିକ୍ରମା କରି ହରତାଳକୁ ନେଇ ସଚେତନତା ସୃଷ୍ଟି କରିଥିଲେ। ମହାମାରୀ କରୋନା ସମୟରେ ଦେଶରେ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବହୁ ପୂର୍ବରୁ ରହିଆସିଥିବ ୪୪ଟିଶ୍ରମ ଆଇନକୁ ବାତିଲ କରି ଜୋର ଜବରଦସ୍ତ ଭାବେ ୪ଟି ଶ୍ରମ କୋର୍ଡ ଲାଗୁ କରିଛନ୍ତି।

ଅତ୍ୟାବଶୀୟ ଦ୍ରବ୍ୟ ପାଇଁ ଥିବା ସ୍ୱତନ୍ତ୍ର ଆଇନ୍‌ ଓ ୩ଟି କୃଷି ସମ୍ପର୍କିତ ଆଇନକୁ ଅସାମ୍ବିଧାନିକ ଭାବେ ସଂସଦରେ ପାରିତ କରାଇଛନ୍ତି। ଶ୍ରମିକ, କୃଷକ ଓ ମଜଦୁରମାନଙ୍କୁ ତଳିତଳାନ୍ତ କରି ବିଭିନ୍ନ ଦେଶୀ ବିଦେଶୀ କର୍ପୋରେଟ ସଂସ୍ଥା ମାନଙ୍କ ମୁନାଫା ବୃଦ୍ଧି ପାଇଁ ସରକାରଙ୍କ ପଦକ୍ଷେପ ବିରୋଧରେ ଆସନ୍ତା କାଲି ହରତାଳରେ ସାଧାରଣ ଲୋକ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.