କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ କଲ୍ୟାଣ ପାଇଁ ବୋନସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର। କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ କଲ୍ୟାଣ ପାଇଁ ବୋନସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁପତ୍ର ବୋର୍ଡ ବୈଠକରେ ୯୨କୋଟି ୩୭ଲକ୍ଷ ଟଙ୍କାର ବୋନସ ଓ ଅନ୍ୟାନ୍ୟ ସହାୟତା ଘୋଷଣା କରାଯାଇଛି। କେବଳ ବୋନସର ପରିମାଣ ୫୯କୋଟି ୭୮ ଲକ୍ଷ ଟଙ୍କା ରହିଛି। ଏହା ସହ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସଂପୂର୍ଣ୍ଣ ଶାରିରୀକ ଅକ୍ଷମତା କ୍ଷେତ୍ରରେ ଅନୁକଂପାମୂଳକ ସହାୟତାକୁ ମଧ୍ୟ ଏକଲକ୍ଷଟଙ୍କାରୁ ଦୁଇଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିଚ ବର୍ଷ ବୋନସ, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ବୋର୍ଡ ୯୨ କୋଟି ୩୭ଲକ୍ଷ ଟଙ୍କା ମଞ୍ଜୁର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.