ମକର ସଂକ୍ରାନ୍ତି ଦିନ ରାଶି ଅନୁସାରେ କରନ୍ତୁ ଦାନ, ଭାଗ୍ୟ ଖୋଲିବା ସହିତ ପୂରା ହେବ ସବୁ ମନସ୍କାମନା

ପୌଷ ମାସ ଶୁକ୍ଳ ପକ୍ଷରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରନ୍ତି, ଏଥିପାଇଁ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନକୁ ଉତ୍ତରାୟଣ ନାମରେ ମଧ୍ୟ ଜଣାଯାଏ। ଗୁଡି ଉଡାର ଏହି ପର୍ବକୁ ମୁଖ୍ୟ ରୂପରେ ଉତ୍ତର ଭାରତରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଦିନରେ ବଡ ମହତ୍ତ୍ୱ ରହିଛି, ଯାହା ଅନୁସାରେ ଏହି ଦିନ କରାଯାଇଥିବା କାମ ଆପଣଙ୍କ ଭାଗ୍ୟର ଦ୍ୱାରକୁ ଖୋଲିଦେଇପାରେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ମକର ସଂକ୍ରାନ୍ତିରେ ରାଶି ଅନୁସାରେ କରାଯାଉଥିବା ଦାନ ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ପୂନ୍ୟ ପ୍ରାପ୍ତି କରାଇବା ସହିତ ଜୀବନରେ ଖୁସି ଆଣିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ରାଶି ଅନୁଯାୟୀ କେଉଁ ବସ୍ତ୍ର ଦାନ କରିବା ଆପଣଙ୍କ ପାଇଁ ଶୁଭ ରହିବ।

ମେଷ

ଜ୍ୟୋତିଷ ଅନୁଯାୟୀ ମେଷ ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ମସୁରୀ ଏବଂ ରାଶି ଦାନ କରନ୍ତୁ। ବହୁତ ଜଲଦି ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇପାରିବ।

ବୃଷ

ଜ୍ୟୋତିଷ ଅନୁସାରେ ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ଉଲ୍‌ ବସ୍ତ୍ର ଏବଂ ରାଶି ଦାନ କରନ୍ତୁ। ଏପରି କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

geminiମିଥୁନ

ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି। ଏହି ରାଶିର ବ୍ୟକ୍ତି ଯଦି ମକର ସଂକ୍ରାନ୍ତି ଦିନ ରାଶି ଏବଂ ମସୁରୀ ଦାନ କରନ୍ତି, ତେବେ ବହୁତ ଭଲ ରହିବ ଆପଣଙ୍କ ପାଇଁ।

କର୍କଟ

ଜ୍ୟୋତିଷ ଅନୁସାରେ ଏହି ରାଶିର ସ୍ୱାମୀ ଚନ୍ଦ୍ର। ଏହି ରାଶିର ଲୋକଙ୍କ ପାଇଁ ମକର ସଂକ୍ରାନ୍ତିରେ ରାଶି, ସାଗୁଦାନା ଏବଂ ଉଲ୍‌ ବସ୍ତ୍ର ଦାନ କରିବା ଶୁଭ ଫଳ ପ୍ରଦାନ କରିଥାଏ।

ସିଂହ

ଜ୍ୟୋତିଷ ଅନୁଯାୟୀ ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଅଟନ୍ତି। ମକର ସଂକ୍ରାନ୍ତି ଦିନ ଏହି ରାଶିର ବ୍ୟକ୍ତି ରାଶି, କମ୍ବଳ ଏବଂ ମସୁରୀ ନିଜ କ୍ଷମତା ଅନୁସାରେ ଦାନ କରନ୍ତୁ।

କନ୍ୟା

ଜ୍ୟୋତିଷଙ୍କ ଅନୁସାରେ ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ରାଶି, କମ୍ପଳ, ତେଲ, ବିରି ଦାନ କରନ୍ତୁ।

libraତୁଳା

ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଏହି ରାଶିର ଲୋକ ତେଲ, ରାଶି, ବସ୍ତ୍ର, ରାଇ, ମସୁରୀ ଦାନ କରନ୍ତୁ।

ବିଛା

ଜ୍ୟୋତିଷ ଅନୁଯାୟୀ ଏହି ରାଶିର ସ୍ୱାମି ମଙ୍ଗଳ। ଏହି ରାଶିର ଲୋକ ଗରିବଙ୍କୁ ଚାଉଳ ଏବଂ ଡାଲିର କଞ୍ଚା ଖିଚଡି ଦାନ କରନ୍ତୁ। ଏହାସହିତ ନିଜ କ୍ଷମତା ଅନୁଯାୟୀ କମ୍ବଳ ମଧ୍ୟ ଦାନ କରନ୍ତୁ।

ଧନୁ

ଏହି ରାଶିର ସ୍ୱାମୀ ଗୁରୁ। ତେଣୁ ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ରାଶି ଏବଂ ଚଣା ଡାଲି ଦାନ କରନ୍ତୁ। ଦେଖିବେ ବିଶେଷ ଲାଭ ହେବାର ସମ୍ଭାବନା ଆସିବ।

capricornମକର

ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ଶନି ଅଟନ୍ତି। ତେବେ ଏହି ରାଶିର ବ୍ୟକ୍ତି ଯଦି ମକର ସଂକ୍ରାନ୍ତି ଦିନ ତେଲ, ରାଶି, କମ୍ବଳ କିମ୍ବା ପୁସ୍ତକ ଦାନ କରନ୍ତି ତାହେଳେ ସବୁ ମନସ୍କାମନା ପୂର୍ଣ୍ଣ ହୋଇପାରେ।

କୁମ୍ଭ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ସ୍ୱାମୀ ଶନି। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ତେଲ, ସାବୁ ଦାନା, ବସ୍ତ୍ର, ପାନିଆ ଏବଂ ଅନ୍ନ ଦାନ କରନ୍ତୁ।

ମୀନ

ଜ୍ୟୋତିଷଙ୍କ ମୁତାବକ ଏହି ରାଶିର ସ୍ୱାମୀ ଗୁରୁ ଅଟନ୍ତି। ମକର ସଂକ୍ରାନ୍ତି ଦିନ ଏହି ରାଶିର ବ୍ୟକ୍ତି ତେଲ, ଚଣା, ସାବୁଦାନା, କମ୍ବଳ ଏବଂ ମସୁରୀ ଦାନ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.