Below header

ଦୁର୍ଘଟଣା ଏମିତି ହେଲା ଯେ ଏକା ସାଙ୍ଗେ ଚାଲିଗଲେ ସ୍ୱାମୀ ସ୍ତ୍ରୀ

ମାଲକାନଗିରି (କେନ୍ୟୁଜ୍‌) : ବାଇକ୍‌ରେ ଆସୁଥିଲେ ସ୍ୱାମୀ ସ୍ତ୍ରୀ । ଟିପର ସାମନାରେ ପଡ଼ିଗଲେ । ଆଉ ଟିପର ଏମିତି ଧକ୍କା ଦେଲା ଯେ ସେଇଠି ଉଜୁଡ଼ିଗଲା ଗୋଟିଏ ସଂସାର । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ଗାଁର ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟିପ୍ପର ଧକ୍କାରେ ବାଇକରେ ଯାଉଥିବା ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ମୃତ୍ୟୁ ଘଟିଛି।

ଏହି ଦମ୍ପତି ମାଲକାନଗିରିରୁ ବାଲିମେଳା ଅଭିମୁଖେ ବାଇକ ଯୋଗେ ଯାଉଥିଲେ । ସେତିକି ବେଳେ ସାମ୍ନାରୁ ଆସୁଥିବା ଟିପ୍ପରକୁ ଦେଖି ବାଇକ ଆରୋହୀ ଭାରସାମ୍ଯ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦମ୍ପତି ଏମ୍‌ପିଭି-୭୫ ଗାଁର ବୋଲି ଜଣାପଡିଛି। ସ୍ୱାମୀ ହେଉଛନ୍ତି ୬୫ ବର୍ଷ ବୟସ୍କ ଭବେଶ ସିକଦାର ଏବଂ ତାଙ୍କ ପତ୍ନୀ ହେଉଛନ୍ତି ୬୦ ବର୍ଷ ବୟସ୍କା କଳ୍ପନା ସିକଦାର। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.