ଶାସ୍ତ୍ର କହେ : ଏମିତି ଲୋକଙ୍କ ଉପରେ କରାଯାଇପାରେ ଆଖି ବନ୍ଦ କରି ଭରଷା

କଥାରେ ଅଛି, ମନୁଷ୍ୟ ଯେପରି ଚିନ୍ତା କରେ, ତାକୁ ସେମିତି ଫଳ ପ୍ରାପ୍ତ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ ସର୍ବଦା ଭଲ ଚିନ୍ତା କରିବା ଉଚିତ୍‌ । କୁହାଯାଏ କାହା ଉପରେ ଆଖି ବନ୍ଦ କରି ଭରଷା କରାଯାଏ ନାହିଁ । ଆଉ ଏହାକୁ ମାନିବା ମଧ୍ୟ ଭୂଲ୍‌ ହେବ ନାହିଁ । କାରଣ ଆଜିକାଲି କାହା ଉପରେ ଭରଷା କରିବା ବହୁତ କଠିନ ହୋଇଥାଏ । ହେଲେ ଆମର ଧାର୍ମିକ ଗ୍ରନ୍ଥରେ ଏମିତି ଲୋକଙ୍କ ସମ୍ପର୍କରେ କୁହାଯାଇଛି, ଯାହା ଉପରେ ଆମେ ସନ୍ଦେହ କଲେ, କେବେ ବି ସକାରାତ୍ମକ ଫଳ ମିଳିନଥାଏ । ତେବେ ଆସନ୍ତୁ ଜାଣିବା ଏହି ଲୋକଙ୍କ ସମ୍ପର୍କରେ ଯାହାଙ୍କ ଉପରେ ଆଖି ବନ୍ଦ କରି ଭରଷା କରିହେବ ।

ଶ୍ଳୋକ ରେ କୁହାଯାଇଛି –‘ ଦେବେ ତୀର୍ଥେ ଦ୍ୱିଜେ ମନ୍ତ୍ରେ ଦୈବଜ୍ଞୋ ଭେଷଜେ ଗୁରୌ
ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ’

ଅର୍ଥାତ- ଦେବତା, ତୀର୍ଥ, ବ୍ରାହ୍ମଣ, ମନ୍ତ୍ର, ଜ୍ୟୋତିଷ, ଔଷଧ ଏବଂ ଗୁରୁ ଙ୍କ ଉପରେ ଯାହାର ଯେପରି ବିଶ୍ୱାସ ରହେ, ତାକୁ ସେପରି ଫଳ ମିଳିଥାଏ ।

Hindu-God-Images
photo credit : www.hindisoch.com

ଦେବତା : ଲୋକେ ଦେବୀ ଓ ଦେବତାଙ୍କୁ ନେଇ ଦୁଇ ପ୍ରକାର ଭାବନା ରଖିଥାନ୍ତି । ଗୋଟିଏ ଆସ୍ତିକ ଓ ଅନ୍ୟଟି ନାସ୍ତିକ । ଯେଉଁମାନେ ଇଶ୍ୱରଙ୍କ ଭକ୍ତିରେ ବିଶ୍ୱାସ ରଖିଥାନ୍ତି, ତାଙ୍କୁ ଆସ୍ତିକ କୁହାଯାଏ ଓ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖିନଥାନ୍ତି ସେମାନଙ୍କୁ ନାସ୍ତିକ କୁହାଯାଏ । କେବେ କେବେ ଆମର ଯଦି କୈାଣସି କାମ ପୂରଣ ହୁଏନି, ଆମେ ଭଗବାନଙ୍କ ଉପରେ ବିଶ୍ୱାସ ଛାଡ଼ି ଦେଇଥାଉ । ସେତେବେଳେ ଆମର ଆସ୍ତା ଶେଷ ହୋଇଯାଇଥାଏ । ଯେଉଁମାନେ ଦେବତାଙ୍କ ଉପରେ ଆସ୍ତା ରଖନ୍ତି ନାହିଁ ସେମାନଙ୍କୁ ସେମାନଙ୍କର ଭାବନା ଅନୁଯାୟୀ ଫଳ ମିଳିଥାଏ ।

Triveni-Ghat
photo credit : pravase

ତୀର୍ଥ : ତୀର୍ଥ ସ୍ଥାନକୁ ଖୋଦ୍‌ ଭଗବାନଙ୍କ ବାସସ୍ଥାନ ମନାଯାଇଥାଏ । ଏଠାରେ ପ୍ରାୟ ସବୁବେଳେ ଭକ୍ତଙ୍କ ଭିଡ଼ ଲାଗିଥାଏ । ଯେଉଁଥିପାଇଁ ସେଠାରେ କିଛି ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ । ଫଳରେ କିଛି ବ୍ୟକ୍ତିଙ୍କର ତୀର୍ଥ ପ୍ରତି ନକାରାତ୍ମକ ଭାବନା ମଧ୍ୟ ସୃଷ୍ଟି ହୋଇଥାଏ । ଏମିତି ଭାବନାରେ ତୀର୍ଥକୁ ଯାଉଥିବା ବ୍ୟକ୍ତିଙ୍କୁ ତୀର୍ଥର ପୂଣ୍ୟ ଫଳ ମିଳିନଥାଏ ।

pandit
photo credit : vedaGayathri

ବ୍ରାହ୍ମଣ : ଶାସ୍ତ୍ରରେ ବ୍ରାହ୍ମଣଙ୍କୁ ବହୁତ ମହତ୍ତ୍ୱ ଦିଆଯାଇଥାଏ । କୌଣସି ବି ଶୁଭ କାମରେ ବ୍ରାହ୍ମଣଙ୍କ ପୂଜା କରିବା ସହ ତାଙ୍କୁ ଦାନ ଦେବା ପରମ୍ପରା ରହିଛି । ପରମ୍ପରାକୁ ସମସ୍ତେ ପାଳନ କରିଥାନ୍ତି । ହେଲେ ବହୁତ କମ୍‌ ଲୋକ ଏହାକୁ ପୂର୍ଣ୍ଣ ସମ୍ମାନ ଓ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି । ଯେଉଁ ମନୁଷ୍ୟ ବ୍ରାହ୍ମଣ ଉପରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ତାଙ୍କ ଉପରେ ଭଲ ଭାବନା ରଖିନଥାନ୍ତି, ତାଙ୍କୁ କେବେ ବି ନିଜର ଦାନ କର୍ମର ଫଳ ମିଳିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.