ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୪ଲକ୍ଷ ଟଙ୍କା

ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଗାଡ଼ି ଚାଳକ କିମ୍ବା କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ସ୍ଥାୟୀ ଅକ୍ଷମତା ମାମଲାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ଦେଢ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାଧାରଣ ମୃତ୍ୟୁ ମାମଲାରେ ମନୋନୀତ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହା ବ୍ୟତୀତ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜୃନା, ମଧୁବାବୁ ପେନ୍‌ସନ ଯୋଜନା ଆଦିରେ ଯୋଗ୍ୟତା ଅନୁଯାୟୀ ସାମିଲ କରାଯିବ। ଏହା ଦ୍ୱାରା ୧୮ବର୍ଷରୁ ୬୦ବର୍ଷ ମଧ୍ୟରେ ଏହି ଯୋଜନାରେ ୫ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ିଚାଳକ ଓ କର୍ମଚାରୀ ଉପକୃତ ହେବେ।.

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.