ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୩-୨୪ ବଜେଟ ପାରିତ

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୩-୨୪ ବଜେଟ ପାରିତ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଆୟ ଅଟକଳ ରହିଛି ୨୭୧ କୋଟି ୭ଲକ୍ଷ ଟଙ୍କା।

ପୁରୀ (କେନ୍ୟୁଜ): ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୩-୨୪ ବଜେଟ ପାରିତ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଆୟ ଅଟକଳ ରହିଛି ୨୭୧ କୋଟି ୭ଲକ୍ଷ ଟଙ୍କା।

ବ୍ୟୟ ଅଟକଳ ରହିଛି ୨୬୨ କୋଟି ୧୬ ଲକ୍ଷ ଟଙ୍କା। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି ସହ ରାଜ୍ୟରେ ଥିବା ୨ଶହରୁ ଅଧିକ ପଥରଖଣି, ଅନଲାଇନ ବ୍ୟବସ୍ଥାରେ ଦାନ ପାଇଁ ଫୋନ୍‌ ପେ ଓ ପେଟିଏମ୍‌ ସହ ଅନୁବନ୍ଧିତ କରାଯାଇ କ୍ୟୁଆର କୋଡ୍‌ ସ୍କାନର ବ୍ୟବସ୍ଥା କରାଯିବ। ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଆଗତ ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ ୫କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା, ସେବକ ଆବାସ ଯୋଜନାରେ ସାଢେ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫କୋଟି, କର୍ପସ ଫଣ୍ଡରେ ୫୦ କୋଟି ଟଙ୍କା ଜମା କରାଯିବ। ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.