ଗଜପତିକୁ ମୁଖ୍ୟମନ୍ତ୍ରୀଙ୍କ ୮୨୦ କୋଟିର ଭେଟି: ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ବାଣ୍ଟିଲେ BSKY ହେଲ୍‌ଥ କାର୍ଡ

ପାରଳାଖେମୁଣ୍ଡି(କେନ୍ଯୁଜ୍): ଗଜପତିକୁ ୮୨୦ କୋଟିର ଭେଟି । ପାରଳାଖେମୁଣ୍ଡି ଯାଇ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ୮୨୦ କୋଟିର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ BSKY ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୧ଲକ୍ଷ ୩୬ ହଜାର ପରିବାରକୁ BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାର ୯୦ ପ୍ରତିଶତ ଲୋକଙ୍କୁ ମିଳିବ BSKY ସ୍ମାର୍ଟକାର୍ଡ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି । ବହୁ ପ୍ରତିଭାଙ୍କ ପାଇଁ ଗଜପତି ମାଟି ଧନ୍ୟ ହୋଇଛି । ଛୋଟ ଜିଲ୍ଲା ହେଲେ ବି ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ । ଗଜପତି ଜିଲ୍ଲା ମୋ ପାଇଁ ସ୍ୱତନ୍ତ୍ର । ୩୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜିଠୁ ଆରମ୍ଭ ହୋଇଛି। ଏଥିରେ ରହିଛି ମେଗା ହରଭଙ୍ଗି ପାଇପ୍‌ ପାଣି ପ୍ରକଳ୍ପ । ମହେନ୍ଦ୍ରଗିରିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.