ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ପଛେ ପଛେ ଆସି ମହିଳାଙ୍କୁ କରୁଛି ଶିକାର; ଗୋଟିଏ ମାସରେ ୭ ମହିଳା ପୀଡ଼ିତ

କିଛିଦିନ ହେବ ଲଣ୍ଡନରେ ସିରିୟଲ୍‌ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି। ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ। ଖବର ରହିଛି କି, ଏହି ଆକ୍ରମଣକାରୀ ଗତ ଏକ ମାସ ଭିତରେ ସାତଜଣ ମହିଳାଙ୍କୁ ନିଜର ଶିକାର ବନାଇଛି। କୁହାଯାଉଛି ଯେ ସେ ଯେଉଁ ମହିଳାଙ୍କୁ ନିଜ ଶିକାର ବନାଇଥାଏ, ପ୍ରଥମେ ସାଇକେଲ ଯୋଗେ ସେମାନଙ୍କୁ ଗୋଡ଼ାଇଥାଏ।

ଘଟଣାଗୁଡ଼ିକ ୩୦ ଅଗଷ୍ଟରୁ ୨୯ ସେପ୍ଟେମ୍ବର ମଧ୍ୟରେ ଘଟିଥିବା ପୋଲିସ କହିଛି। ପୋଲିସର କହିବା ଅନୁଯାୟୀ, ଏହି ସେକ୍ସ ଆକ୍ରମଣର ଅଧିକାଂଶ ଘଟଣା ପୂର୍ବ ଲଣ୍ଡନର ଟାୱାର ହେମଲେଟ୍ସ ଅଞ୍ଚଳରେ ଘଟିଛି। ତେବେ ଆକ୍ରମଣକାରୀ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି କୁହାଯାଉଛି | ମହିଳାମାନଙ୍କୁ ଶିକାର ବନାଇବା ସମୟରେ ସେ ଚାରିଥର ମାଷ୍ଟରବେଟ୍‌ ମଧ୍ୟ କରିଛି। ଅପରାଧ ଘଟାଇବା ବେଳେ ସେ ଏକ ମାସ୍କ, ଧୂସର ରଙ୍ଗର ଜଗର୍ ସହିତ ଏକ କଳା ଜିପ୍ ହୁଡି ପିନ୍ଧିଥାଏ। ତା’ର ସାଇକେଲ ବ୍ଲାକ୍‌, ସିଲଭର ରଙ୍ଗର ବୋଲି କୁହାଯାଉଛି।

ଏହି ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରୟାସ କରୁଛି। ଯଦି କାହା ପାଖରେ ଅଭିଯୁକ୍ତ ବିଷୟରେ କୌଣସି ସୂଚନା ଥାଏ, ତେବେ ସେ ପୋଲିସକୁ ଜଣାଇ ପାରିବେ। ଏଥି ସହିତ ଏ ସମ୍ପର୍କିତ ସୂଚନାକୁ @MetCC ରେ ଟ୍ଵିଟ୍‌ କରିପାରିବେ |

କେବେ କେବେ ହୋଇଥିଲା ଘଟଣା

ସୂଚନା ମୁତାବକ, ପ୍ରଥମ ଘଟଣା ଅଗଷ୍ଟ ୩୦ ସକାଳ ୧୧ଟାରେ ଘଟିଥିଲା | ଦ୍ୱିତୀୟ ଘଟଣା ୩୧ ତାରିଖ ରାତି ୧୦ଟା ୨୦ରେ ଘଟିଥିଲା | ତୃତୀୟ ଘଟଣା ମଧ୍ୟ ସେହିଦିନ ସକାଳ ୧୦ଟା ୨୫ ଏବଂ ଚତୁର୍ଥ ଘଟଣା ସକାଳ ୧୧ଟା ୪୫ରେ ଘଟିଥିଲା | ସେହିପରି ପଞ୍ଚମ ଘଟଣା ସେପ୍ଟେମ୍ବର ୨ ସନ୍ଧ୍ୟା ୬ଟା ୪୫ରେ ଘଟିଥିବା ବେଳେ ସପ୍ତମ ଘଟଣା ସେପ୍ଟେମ୍ବର ୨୮ ରାତି ୧୧ଟା ୪୦ରେ ଘଟିଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.