ବାତ୍ୟା ‘ଫନି’ରେ ସଫଳତା ସହ ମୁକାବିଲା କରିଥିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍: ଫନି ବାତ୍ୟା କ୍ଷୟକ୍ଷତି ଓ ପୁନଃଉଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟ ଉନ୍ମୋଚିତ । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉନ୍ମୋଚନ କରିଛନ୍ତି । ରିପୋର୍ଟ ଅନୁସାରେ ଫନିରେ ୨୪ ହଜାର ୧୭୬ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି । ପୁନଃଉଦ୍ଧାର ପାଇଁ ୨୯ ହଜାର ୩୧୫ କୋଟି ଟଙ୍କର ଆବଶ୍ୟକତା ଥିବା କୁହାଯାଇଛି । ଫନି ଦ୍ୱାରା ଭିତ୍ତିଭୂମିଗୁଡ଼ିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଫନିକୁ ସଫଳତାର ସହ ମୁକାବିଲା କରାଯାଇଛି । ୧୫ଲକ୍ଷ ଲୋକଙ୍କୁ ୨୪ ଘଣ୍ଟାରେ ସ୍ଥାନାନ୍ତର କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଂଘର ଭାରତରେ ଅବସ୍ଥିତ ମୁଖ୍ୟ ସମନ୍ଵୟକାରୀ ରେନାଟା ଲୋକ୍‌ – ଡେସାଲିଏନ୍‌ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ୟୁଏନଡିପିଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାର ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.