ବିମାନ ଭଳି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ବି ରହିବେ ମହିଳା ‘ହୋଷ୍ଟେସ୍‌’, ଯାତ୍ରୀଙ୍କୁ ମିଳିବ ଏହି ସବୁ ସୁବିଧା

ଏବେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ବିମାନ ଭଳି ସୁବିଧା ଉପଲବ୍ଧ କରାଯାଉଛି, ଯେଉଁଥିରେ ହୋଷ୍ଟେସ୍‌ ଏବଂ ଯାତ୍ରୀ ତତ୍ତ୍ୱାବଧାରକଙ୍କୁ ନିଯୁକ୍ତ କରାଯିବ। ପୂର୍ବରୁ ଟ୍ରାଏଲ ପ୍ରୋଜେକ୍ଟ ଲାଗୁ କରାଯାଇସାରିଥିବା ବେଳେ IRCTC କୁ ଏହି ପାଇଲଟ୍‌ ପ୍ରୋଜେକ୍ଟର ଦାୟିତ୍ୱ ଦିଆଯାଇଛି। ଖବର ମୁତାବକ, ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନରେ ୬ ମାସ ପଯ୍ୟର୍ନ୍ତ ଟ୍ରାଏଲ ପ୍ରୋଜେକ୍ଟ ଚାଲିବ। ଏଥିପାଇଁ IRCTC ୩୪ଜଣ ତାଲିମପ୍ରାପ୍ତ ହୋଷ୍ଟେସ୍‌ ଏବଂ ଯାତ୍ରୀ ତତ୍ତ୍ୱାବଧାରକଙ୍କୁ ରଖିଛି। ଯଦି ଏହି ସେବା ସଫଳ ରୁହେ, ତା’ହେଲେ ବାକି ସବୁ ଟ୍ରେନରେ ମଧ୍ୟ ଲାଗୁ କରାଯିବ।

ଏହାସହ ପଢ଼ନ୍ତୁ: ‘ଦୁଷ୍କର୍ମରୁ ହୋଇଥିଲା ମୋ ଜନ୍ମ, ଡିଏନଏ ଟେଷ୍ଟରୁ ବାପାଙ୍କୁ ମିଳୁ ଦଣ୍ଡ’, ପଢ଼ନ୍ତୁ ଜଣେ ମହିଳାଙ୍କର ଏଭଳି ରୋଚକ…

ଏତିକି ମିଳୁଛି ଦରମା

IRCTC ପ୍ରବକ୍ତା ସିଦ୍ଧାର୍ଥ ସିଂଙ୍କ କହିବାନୁଯାୟୀ, ଯାତ୍ରୀମାନଙ୍କୁ ଅଧିକରୁ ଅଧିକ ସୁବିଧା ପ୍ରଦାନ କରିବା ଲାଗି ଖୁବ୍‌ ପରିଶ୍ରମ କରାଯାଉଛି। ସାଧାରଣତଃ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ପରଷିବା ବାଲାଙ୍କୁ ଲାଇସେନ୍ସପ୍ରାପ୍ତ କ୍ୟାଟେରରମାନେ ପ୍ରତି ମାସରେ ୮ରୁ ୧୦,୦୦୦ ଟଙ୍କା ଦେଉଛନ୍ତି। ତେବେ ଭଲ ସର୍ଭିସ୍‌ ଦେବା ପାଇଁ IRCTC ଏହି ହୋଷ୍ଟେସ୍‌ ଏବଂ ଯାତ୍ରୀ ତତ୍ତ୍ୱାବଧାରକଙ୍କୁ ୨୫,୦୦୦ ଟଙ୍କା ପ୍ରତି ମାସରେ ଦେଉଛି।

train2

‘ବନ୍ଦେ ଭାରତ ଏକ୍ସପ୍ରେସ’ର ଭଡ଼ା

ଦିଲ୍ଲୀ-ବାରଣାସୀ ଯାତ୍ରା ପାଇଁ ଏସି ଚେୟାର୍‌ କାରର ଭଡ଼ା ୧,୭୬୦ ଟଙ୍କା ରହିଥିବା ବେଳେ ଏକଜିକ୍ୟୁଟିଭ୍‌ କ୍ଲାସର ଭଡ଼ା ରହିଛି ୩,୩୧୦ ଟଙ୍କା। ଫେରିବା ଯାତ୍ରାରେ ଚେୟାର୍‌ କାରର ଟିକେଟ ମୂଲ୍ୟ ୧,୭୦୦ ଟଙ୍କା ପଡ଼ିବ। ସେହିପରି ଏକଜିକ୍ୟୁଟିଭ୍‌ କ୍ଲାସର ଟିକେଟ ମୂଲ୍ୟ ୩,୨୬୦ ଟଙ୍କା ଦେବାକୁ ପଡ଼ିବ। ଏହି ଦୁଇଟି ଭଡ଼ାରେ କ୍ୟାଟେରିଙ୍ଗର ଶୁଳ୍କ ମଧ୍ୟ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.