Below header

କଟକ ହାଡିଆପଠାରେ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, SCBକୁ ବିଶ୍ୱସ୍ତରୀୟ କ୍ୟାମ୍ପସ କରିବାକୁ ପ୍ରକ୍ରିୟା ଆରମ୍ଭ

କଟକ: ଏସ୍‌ସିବି ମେଡିକାଲ ଓ କଲେଜକୁ ବିଶ୍ୱସ୍ତରୀୟ କରାଯିବ । ଯୋଗାଇ ଦିଆଯିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଆଜି କଟକ ହାଡିଆପଠାରେ ଏସସିବି ପାଇଁ ପ୍ରସ୍ତୁତ ଯୋଜନାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ପାଇଁ ପ୍ରସ୍ତୁତ ନକ୍ସା ଦେଖିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି । ଖୁବଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ କାମ । ୨୫ ଏକର ଜମି ଅଧିଗ୍ରହଣ କରାଯିବ । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳ ସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ଅଧିଗ୍ରହଣ ହେବ । କିଛି କର୍ମଚାରୀ ଓ ଡାକ୍ତରଙ୍କ ସରକାରୀ ଘର ମଧ୍ୟ ହଟିବ । ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବ୍ୟବସ୍ଥା ହେବ । ଅନ୍ୟ କ୍ଷତିଗ୍ରସ୍ତ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ । ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ କରାଯିବ ସହ ଦୁଇଟି ଓଭର ବ୍ରିଜ ନିର୍ମାଣ କରାଯିବ । ଗତ ନଭେମ୍ବର ମାସରେ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଏହାର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ଯୋଜନାର ସମୀକ୍ଷା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.