Below header

ଆଜି ବ୍ରହ୍ମପୁର MKCG ମେଡିକାଲରେ ସ୍ଥାପନ ହୋଇଥିବା ଅକ୍ସିଜେନ ପ୍ଲାଣ୍ଟର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁର MKCG ମେଡିକାଲରେ ସ୍ଥାପନ ହୋଇଥିବା ଅକ୍ସିଜେନ ପ୍ଲାଣ୍ଟର ଆଜି ଶୁଭ ଉଦଘାଟନ ହେବ । ଆଜି ସଂଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିସି ଜରିଆରେ ଏହାର ଉଦଘାଟନ କରିବେ । ଏମକେସିଜି ମେଡିକାଲ ପରିସରରେ ଥିବା ଡିସିଏଚ୍‌- ୨ ସମ୍ମୁଖରେ ୨୦ ହଜାର ଲିଟର ବିଶିଷ୍ଟ ଅକ୍ସିଜେନ୍‌ ଲିକ୍ୟୁଡ ପ୍ଳାଣ୍ଟ ସ୍ଥାପନ ହୋଇଛି ।

ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କ ନିକଟକୁ ଆଉ ସିଲିଣ୍ଡର ନେବାକୁ ପଡିବ ନାହିଁ । ପ୍ଲାଣ୍ଟର ଅକ୍ସିଜେନ୍‌ ସିଧା ମେନି ଫ୍ଳେମ୍‌ ରୁମକୁ ଯିବ ଏବଂ ସେଠାରୁ ସିଧା ରୋଗୀଙ୍କ ବେଡ ନିକଟରେ ପହଞ୍ଚିବ । ଉଦଘାଟନି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ବ୍ରହ୍ମପୁର ସାଂସଦ, ବିଧାୟକ, ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ମେଡିକାଲର ଅଧ୍ୟିକ୍ଷକ ପ୍ରମୁଖ ଉପସ୍ଥିତ ରହିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.