ବାହାଘର ପୂର୍ବରୁ ମଙ୍ଗୁଳା କନ୍ୟାର ଆତ୍ମହତ୍ୟା, କାରଣ ନେଇ ଚାଲିଛି ଚର୍ଚ୍ଚା

ଭଞ୍ଜନଗର (କେନ୍ୟୁଜ୍‌) : ବାହାଘର ପୂର୍ବରୁ ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ତୁରୁମୁ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବତୀ ଜଣକ ତୁରୁମୁ ଗ୍ରାମର ମଙ୍ଗୁଳୁ ନାୟକଙ୍କ ଝିଅ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ ।

ନିକଟସ୍ଥ ତାରାସିଂ ଥାନା ଅନ୍ତର୍ଗତ ଗୋଟିଏ ଗାଁରେ ଯୁବତୀଙ୍କର ବିବାହ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇ ସାରିଥିଲା । ବନ୍ଧୁ-ବାନ୍ଧବ ମଧ୍ୟ ଘରକୁ ଆସି ସାରିଥିଲେ । ବୁଧବାର ସଂଧ୍ୟାରେ କନ୍ୟା ବିଦା ହୋଇଥାନ୍ତା । ହେଲେ ତା’ ପୂର୍ବରୁ ମଙ୍ଗୁଳା କନ୍ୟାକୁ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେ କୀଟନାଶକ ଖାଇଥିବା ଜଣାପଡିଥିଲା ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ଭଂଜନଗର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ହସପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.