୭୭ତମ ସ୍ବାଧୀନତା ଦିବସ: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଆଉ କିଛି ସମୟ ପରେ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ପରେଡ୍ । ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପ୍ରଦର୍ଶନୀ ପଡ଼ିଆ ରହିଛି ।

ଭୁବନେଶ୍ବର (କେନ୍ୟୁଜ): ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ଉତ୍ସାହର ମାହୋଲ। ସ୍ବାଧୀନତା ଦିବସ ପାଇଁ ସାରା ଭୁବନେଶ୍ବର ସଜେଇ ହୋଇଛି । ଆଉ କିଛି ସମୟ ପରେ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ପରେଡ୍ । ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପ୍ରଦର୍ଶନୀ ପଡ଼ିଆ ରହିଛି ।

ପଡ଼ିଆ ଭିତରେ ଓ ବାହାରେ ଖଞ୍ଜାଯାଇଛି ସିସି କ୍ୟାମେରା । ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏ ପ୍ରଦର୍ଶନୀ ପଡ଼ିଆ ଚାରିପଟ ସିଲ୍ କରାଯାଇଛି । ଭୁବନେଶ୍ବରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୧୦୦ ଜଣ ଅଫିସର । ସେହିପରି ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମା ସିଲ୍ ସହ ଯାଞ୍ଚ କରାଯାଉଛି ଗାଡ଼ିମୋଟର । ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରହିଛି ।

ସେପଟେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଲଡିଂ । ରାଜଭବନ, ବିଧାନସଭା, ଲୋକସେବା ଭବନ, କମିଶନରେଟ ପୋଲିସ ଅଫିସ ଆଲୋକମାଳାରେ ସଜେଇ ହୋଇଛି । ବିଭିନ୍ନ ସ୍ଥାନରେ କାନ୍ଥବାଡ଼, ଓଭରବ୍ରିଜ୍ ତଳେ ବି ତ୍ରିରଙ୍ଗା ରଙ୍ଗର ଆଲୋକ ପରିବେଶକୁ ରଙ୍ଗୀନ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.