ବିଦ୍ୟୁତସେବା କେମିତି ମିଳୁଛି ସିଧା ଫିଡ୍‌ ବ୍ୟାକ ନେବେ ମନ୍ତ୍ରୀ ଓ ଅଧିକାରୀ,ଏଥିପାଇଁ ମୋ ବିଦ୍ୟୁତ୍‌ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ବିଦ୍ୟୁତ ସେବା ଉପରେ ଏଣିକି ମୋ ସରକାରର ଆଖି। ଆପଣଙ୍କ ଅସୁବିଧା କଣ। ବିଦ୍ୟୁତସେବା କେମିତି ମିଳୁଛି ଏସବୁର ସିଧା ଫିଡ୍‌ ବ୍ୟାକ ନେବେ ମନ୍ତ୍ରୀ ଓ ଅଧିକାରୀ। ବିଦ୍ୟୁତ ସେବା ମୋ ସରକାରର ଅଧିନରେ ଆସିବା ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଫାଇଭ ଟି ଅଭିଯାନରେ ଉପଭୋକ୍ତଙ୍କ ସେବା ପାଇଁ ମୋ ବିଦ୍ୟୁତ୍‌ ପୋର୍ଟାଲ ଓ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ୮୯ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ନୂଆ କନ୍‌କେସନ, ବିଲ୍‌ ପେମେଣ୍ଟ ଓ ଅଭିଯୋଗ କରିବାକୁ ବର୍ତ୍ତମାନ ଉପଭୋକ୍ତାଙ୍କୁ ବିଦ୍ୟୁତ କାର୍ଯ୍ୟାଳୟ ଦୌଡିବାକୁ ପଡିବ ନାହିଁ।

ନୂଆ ବ୍ୟବସ୍ଥାର ଫାଇଦା ନେଇ ସମସ୍ୟାର ସମାଧାନ କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.