ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ବେକାରୀ କମ୍‌ କରିବାରେ ଆଜି ଓଡିଶା ସାରା ଦେଶରେ ସବୁଠୁ ଭଲ କାମ କରିଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ ଗରିବୀ କମିଛି । ବେକାରୀ କମ୍‌ କରିବାରେ ଆଜି ଓଡିଶା ସାରା ଦେଶରେ ସବୁଠୁ ଭଲ କାମ କରିଛି । ଶିଳ୍ପ କ୍ଷେତ୍ରରେ ଓଡିଶା ଆଗୁଆ ରାଜ୍ୟ ହୋଇପାରିଛି । ଆଜି ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଏହି ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢିଥିଲେ ସଚିବ ବିଷ୍ଣୁ ପଦ ସେଠୀ ।

ସ୍ୱତନ୍ତ୍ର ଓଡିଶା ଗଠନର ପ୍ରମୁଖ ଭୂମିକା ନିଭାଇଥିବା ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସଚିବ ବିଷ୍ଣୁପଦ ସେଠୀ ମଞ୍ଚରେ ଉପସ୍ଥିତ ଥିଲେ। ଏହିଅବସରରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.