ଦେଶର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ, ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଓ ମର୍ଯ୍ୟାଦା ରକ୍ଷା କରିବା ସବୁ ସରକାରଙ୍କ କର୍ତ୍ତବ୍ୟ: ନବୀନ

କେନ୍ୟୁଜ୍(ବ୍ୟୁରୋ): ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉପରେ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ । ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଓ ମର୍ଯ୍ୟାଦା ରକ୍ଷା କରିବା ସବୁ ସରକାରଙ୍କ କର୍ତ୍ତବ୍ୟ । ଆମ ଗଣତନ୍ତ୍ରରେ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି ।
ଗତକାଲି ପଞ୍ଜାବରେ ଫ୍ଲାଏ ଓଭର ଉପରେ ୧୫-୨୦ ମିନିଟ୍ ଅଟକି ରହିଥିଲା ପ୍ରଧାନମନ୍ତ୍ରୀ କାରକେଡ୍ । ଏହାପରେ ଫିରୋଜପୁର ଗସ୍ତ ବାତିଲ କରି ଦିଲ୍ଲୀ ଫେରିଥିଲେ ପ୍ରଧାନମନ୍ତ୍ରୀ । ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଆଲୋଡନ ଓ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।