ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଲାଣି ସୁନ୍ଦରଗଡ଼, ମିଳିବ ୪ହଜାର ୮ଶହ କୋଟିର ପ୍ରକଳ୍ପ ଭେଟି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ମଧ୍ୟ କରିବେ। ହକି ଷ୍ଟାଡିୟମ ପାଇଁ ପ୍ରସ୍ତାବିତ ବିପିୟୁଟି ପରିସରରେ ମଞ୍ଚ ନିର୍ମାଣ ହେଲାଣି।

cm naveen pattnaik

ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ଦ୍ୱାରା ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ପାଇଁ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ। ଜିଲ୍ଲାର ଅପହଞ୍ଚ ଇଲାକାରେ ପିଇବା ପାଣି, ଗମନାଗମନର ସୁବିଧା ପାଇଁ ସେତୁ ଓ ହକିକୁ ପ୍ରୋତ୍ସାହନ ପାଇଁ ୧୭ଟି ବ୍ଲକରେ ୧୭ଟି ସିନ୍ଥେଟିତ ଟର୍ଫ ହକି ଷ୍ଟାଡିୟମ ଭେଟି ଦେବେ ସରକାର। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ଦେଖିପାଇବା ପାଇଁ ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତର ୧୨୦ଟି ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯିବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.