Below header

ଭ୍ୟାଲେଣ୍ଟାଇନ ଡ଼େ’ରେ ବନାନ୍ତୁ “ଏଗଲେଶ ରେଡ ଭେଲବେଟ କପ କେକ୍”, ନିଜ ସାଥୀଙ୍କୁ କରନ୍ତୁ ଖୁସି

ଭ୍ୟାଲେଣ୍ଟାଇନ ଡ଼େ’ରେ କେମିତି ନିଜ ସାଥି କିମ୍ବା ଜୀବନ ସାଥୀଙ୍କୁ ଖୁସି କରିବେ ସେନେଇ ସମସ୍ତେ ଚିନ୍ତା କରିଥାନ୍ତି । କିଏ ବଜାରରୁ କିଛି ଉପହାର କିଣି ସାଥୀଙ୍କ ମୁହଁରେ ହସ ଆଣିବାକୁ ଚେଷ୍ଟା କରନ୍ତି ତ କିଏ ରଙ୍ଗ ବିରଙ୍ଗର ଗୋଲାପ କିଣି ସରପ୍ରାଇଜ ଦେଇଥାନ୍ତି । ଏହାବାଦ ବି ଆପଣ ଏକ ନୂଆ ତରିକାରେ ଭ୍ୟାଲେଣ୍ଟାଇନ ଡ଼େ’ ସେଲିବ୍ରେଟ କରିପାରିବେ । ତେବେ ଆଜି ଘରେ ସ୍ପେଶାଲ କେକ ବନାନ୍ତୁ ଆଉ ଅନ୍ୟମାନଙ୍କୁ ଖୁସି କରନ୍ତୁ ।

ତେବେ ଜାଣିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧ କପ ନନ ଡେରୀ ମିଲ୍କ

୧ ଚାମଚ ଆପଲ ସାଇଡ଼ର ଭିନେଗାର

ଦୁଇ କପ ଅଟା

ଗୋଟେ କପ ଚିନି

୨ ଚାମଚ କୋକୋ ପାଉଡର

ଅଧା ଚାମଚ ବେକିଙ୍ଗ ପାଉଡର

ଅଧା ଚାମଚ ବେକିଙ୍ଗ ସୋଡା଼

ଅଧା ଚାମଚ ଲୁଣ

ଅଧା କପ ତେଲ

୨ ବଡ ଚାମଚ ଲାଲ ରଙ୍ଗ

୨ ଚାମଚ ଭାନିଲା ଏସେନ୍ସ

ଅଧା ଚାମଚ ବାଦାମ

ପ୍ରସ୍ତୁତି ପ୍ରଣାଳୀ:

ଓଭାନକୁ ୧୫  ମିନିଟ ପାଇଁ 350F / 180C ପାଇଁ ପ୍ରି ହିଟ କରନ୍ତୁ । ପେପର ଲାଇନର୍ସ ସହ ୧୨ଟି ମଫିନ କପକୁ ସଜେଇ ରଖନ୍ତୁ ।

ଏବେ ଏକ ମଧ୍ୟମ ଆକାରର ପାତ୍ରରେ କ୍ଷୀର, ଭାନିଲା ସିର୍କାକୁ ଭଲ ଭାବରେ ଗୋଳାନ୍ତୁ । ଗାଢ଼ ହେବ ଯାଏଁ ମିଶାନ୍ତୁ ।

ଏବେ ଏକ ବଡ ଜାଗାରେ ଅଟା, କୋକୋ ପାଉଡର, ବେକିଙ୍ଗ ପାଉଡର, ସୋଡା଼, ଲୁଣ ଆଦିକୁ ମିଶାନ୍ତୁ ।

ଏବେ କ୍ଷୀରରେ ଦହି ବସାଇବା ପରେ ସେଥିରେ ତେଲ, ରଙ୍ଗ, ଭାନିଲା ଏସେନ୍ସକୁ ମିଶାନ୍ତୁ । ଶୁଖିଲା ସାମଗ୍ରୀ ଗୁଡିକୁ ଭଲ ଭାବରେ ମିଶାଇ ଧୀରେ ଧୀରେ ଏଥିରେ ଓଦା ସାମଗ୍ରୀ ଗୁଡିକୁ ଢଳାନ୍ତୁ । ଭଲ ଭାବରେ ନମିଶିବା ପର୍ଯ୍ୟନ୍ତ ଗୋଳାନ୍ତୁ ।

ଆଣଟି ହାଲ୍କା ବହଳିଆ ହୋଇଆସିଲେ ଜାଣିବେ ଯେ ଆପଣଙ୍କ କେକ ଘୋଳ ପ୍ରସ୍ତୁତ ହୋଇଗଲା ।

ହଁ ଯେମିତି ବିଣ୍ଡା ନ ବାନ୍ଧେ ସେ ନେଇ ଧ୍ୟାନ ରଖିବେ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମଫିନରେ 3/4 ଆଣ ଭରନ୍ତୁ । ଏବେ ଏହାକୁ ୧୬ ରୁ ୨୦ ମିନିଟ ପାଇଁ ବେକ କରନ୍ତୁ । ପରେ ଟୁଥ ପିକ ଭର୍ତ୍ତି କରି ସିଝିଛି କି ନାହିଁ ଚେକ କରନ୍ତୁ । ଥଣ୍ଡା ହୋଇଗଲା ପରେ କେକ ଗୁଡିକୁ ସାବଧାନତାର ସହ ବାହାର କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.