Below header

୨୩ ଫେବୃଆରୀରେ ଉଦ୍‌ଘାଟନ ହେବ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌, ଷ୍ଟାଡିୟମ୍‌ରେ ୧ ଲକ୍ଷ ୧୦ ହଜାର ଲୋକ ବସିିବାର କ୍ଷମତା

ଅହମ୍ମଦାବାଦରେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌। ମୋଟେରାରେ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌କୁ ଆସନ୍ତା ୨୩ ଫେବୃଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିପାରନ୍ତି। ଉଦ୍‌ଘାଟନୀ ସମାରୋହରେ ଗୃହମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଏହା ପରଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯିବ।

ମୋଟେରା କ୍ରିକେଟ ଷ୍ଟାଡିୟମ୍‌ରେ ୧ ଲକ୍ଷ ୧୦ ହଜାର ଲୋକ ବସିପାରିବାର କ୍ଷମତା ରହିଛି। କିନ୍ତୁ କରୋନା ଯୋଗୁ ୫୦ ପ୍ରତିଶତ ଲୋକଙ୍କୁ ହିଁ ଅନୁମତି ଦିଆଯାଇଛି। ଟେଷ୍ଟ ମ୍ୟାଚ୍‌ ସମୟରେ ଦର୍ଶକମାନଙ୍କୁ ମୁଖ୍ୟ ଗେଟ୍‌ ଅର୍ଥାତ୍‌ ସାବରମତୀ ନଦୀ ଆଡ଼ୁ ପ୍ରବେଶ ଦିଆଯିବ। କ୍ରିକେଟ ଟିମ୍‌ଙ୍କୁ ଆଶାରାମ ଆଶ୍ରମ ନିକଟସ୍ଥ ଗେଟ୍‌ରୁ ଅନୁମତି ଦିଆଯିବ। ଏହି ଗେଟ୍‌କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସମୟରେ ବନାଯାଇଥିଲା।

କହି ରଖୁଛୁ, ମୋଟେରା ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁଣିଥରେ ବନାଯାଇଛି। ଗତବର୍ଷ ହିଁ ଏହି ଷ୍ଟାଡିୟମ୍‌ ତିଆରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.