ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସଚେତନତାରେ ମିଶନ ଶକ୍ତି ଗ୍ରୁପ୍‌ ଓ ପଞ୍ଚାୟତରାଜ ସଦସ୍ୟଙ୍କୁ ସାମିଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  କରୋନାର ନୂଆ ଷ୍ଟ୍ରେନ୍‌ ସାରା ବିଶ୍ୱ ପାଇଁ ମାରାତ୍ମକ ହୋଇପାରେ । ଅଧିକ ସଂକ୍ରମକ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତେଇ ଦେଇଛି । ଏଭଳି ସ୍ଥିତିରେ ଓଡ଼ିଶାରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌ ପ୍ରୋଟକଲ୍‌କୁ କଡ଼ାକଡ଼ି କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡର ନୂଆ ଭାରିଆଣ୍ଟ ସଂକ୍ରମଣ ବଢ଼ାଉଛି । ସମସ୍ତେ ଏହାକୁ ଗୁରୁତର ସହ ନିଅନ୍ତୁ । ନୂଆ ସଚେତନତା କାର୍ଯ୍ୟକ୍ରମ ବୃଦ୍ଧି କରିବାକୁ ଲୋକସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଗ୍ରୁପ୍‌ ଓ ପଞ୍ଚାୟତରାଜ ସଦସ୍ୟଙ୍କୁ ସଚେତନତାରେ ନିୟୋଜିତ କରିବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଜ୍ୟବାସୀଙ୍କୁ ସତର୍କ ରହିବା ସହ କୋଭିଡ ସୁରକ୍ଷା ନିୟମକୁ ମାନିବା ପାଇଁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.