ପ୍ରବଳ ହଟ୍ଟଗୋଳରେ ବିଧାନସଭାରେ ଆଗତ ହେଲା ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି। ସବୁଠାରୁ ଅଧିକ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପାଇଁ ବ୍ୟୟ ବରାଦ ହୋଇଛି। ବିଭାଗକୁ ମିଳିଛି ୩ ହଜାର ୬୨୪ କୋଟି ଟଙ୍କା। ସେହିପରି ଅର୍ଥ ବିଭାଗ ପାଇଁ ୨ ହଜାର ୫୧୯ କୋଟି ଟଙ୍କା, ସ୍ୱାସ୍ଥ୍ୟ ବିଭାଗ ପାଇଁ ୨ ହଜାର ୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୨ ହଜାର ୧୪୩ କୋଟି ଟଙ୍କା।

ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୧ ହଜାର ୬୮୪କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧ ହଜାର ୬୦୫ କୋଟି ଟଙ୍କା, ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧ହଜାର ୧୪୧ କୋଟି ଟଙ୍କା, ଗୃହ ବିଭାଗ ପାଇଁ ୫୫୧ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟି ଟଙ୍କା, ଜଳ ସମ୍ପଦ ବିଭାଗ ପାଇଁ ୪୦୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.