କଟକରେ ସିଏମସିର ଏନଫୋର୍ସ ମେଣ୍ଟ ଟିମର ଚଢଉ, ୬୦ କେଜି ପଲିଥିନ ଜବତ

ଭୁବନେଶ୍ବର(କେନ୍ୟୁଜ୍):  ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଉପରେ କଟକଣା। ଜୁଲାଇ ପହିଲାରୁ ଏହା ଲାଗୁ ହେବା ପରେ କଟକ ମହାନଗର ନିଗମରେ ଜୋରଦାର ପଲିଥିନ ଚଢଉ ଆରମ୍ଭ। ସହରରେ ପଲିଥିନର ବ୍ୟାପକ ବ୍ୟବହାର ହେଉଥିବା ସ୍ଥାନରେ ସିଏମସିର ଏନଫୋର୍ସ ମେଣ୍ଟ ଟିମ ଚଢଉ କରିଛି। ଗତକାଲି ନନ୍ଦି ସାହି, ଚୌଧୁରୀ ବଜାର ଆଦି ଅଞ୍ଚଳରୁ ୬୦ କେଜି ପଲିଥିନ ଜବତ କରିଛି।

ଆଜି ପିଠାପୁର ଓ ବାଦାମବାଡ଼ି ବସଷ୍ଟାଣ୍ଡ ରେ ଥିବା ବିଭିନ୍ନ ଦୋକାନଗୁଡିକ ଉପରେ ଚଢ଼ାଉ କରି ବହୁ ପରିମାଣର ପଲିଥିନ ଜବତ କରିଛି ସିଏମସି। ଯେଉଁ ଦୋକାନରୁ ପଲିଥିନ ଜବତ କରାଯାଇଛି ସେମାନଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଫାଇନ ଆଦାୟ ହୋଇଛି। ସିଏମସି ପକ୍ଷରୁ ସହରବାସୀଙ୍କୁ ପଲିଥିନ ବ୍ୟବହାର ନକରିବାକୁ ଆହ୍ଵାନ କରାଯାଇଛି। ଲୋକଙ୍କୁ ଏ ନେଇ ସଚେତନ ମଧ୍ୟ କରାଯାଉଛି। ଏଥିରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ସିଏମସି ମେୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.