Below header

କାଲି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି, କଡ଼ା ସୁରକ୍ଷାରେ କାର୍ଯ୍ୟକ୍ରମ ସ୍ଥଳ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ମଞ୍ଚରୁ ଆରମ୍ଭ କରି ଅସ୍ଥାୟୀ ହେଲିପେଡେ ପ୍ରସ୍ତୁତ ହୋଇସାରିଲାନି । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଥିବା ହୀତାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସ ଓ ଜିଲ୍ଲାପ୍ରଶାସନ ସମେତ ବିଜୁଜନତା ଦଳର କିଛି ନେତା ଓ କର୍ମୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତାକାଲି ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଷ୍ଟାଡିୟମ ଠାରେ ଦିନ ୧୧ଟାରେ ହେଲିକେପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

 ପ୍ରଥମେ ୭୯୬.୧୯କୋଟି ଟଙ୍କାର ଗଜପତି ଜିଲ୍ଲାରେ ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଯାହା ଗଜପତି ଜିଲ୍ଲା ମୋହନା ବ୍ଲକର ହରଭଙ୍ଗି ରିର୍ଜୱେରରେ ନିର୍ମାଣ ହେବ । ଏହା ସହ ବିଭିନ୍ନ ନିର୍ମାଣ ହୋଇସାରିଥିବା ପ୍ରକଳ୍ପର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେଥିରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳିର ୧୫ଟି ପ୍ରକଳ୍ପ ଯାହାର ବ୍ୟୟ ଅଟକଳ  ୮୮୦ଲକ୍ଷ ଏବଂ ମୋହନା ନିର୍ବାଚନ ମଣ୍ଡଳି ପାଇଁ ୨୧ଟି ପ୍ରକଳ୍ପର ୧୪୪୬.୪୯ଲକ୍ଷର ବ୍ୟୟ ଅଟକଳ ହୋଇଛି ।

ପରେ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ମୂଖ୍ୟମନ୍ତ୍ରୀ । ଏହି ଅବସରରେ ହୀତାଧିକାରୀଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ  ମଧ୍ୟ କରିବେ ।  ପରେ ୧୧.୪୫ରେ ଭୁବନେଶ୍ୱର ଅଭିମୂଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି । ତେବେ ସମଗ୍ର କାର୍ଯ୍ୟକ୍ରମ କଡା ସୁରକ୍ଷା ସହ କୋଭିଡ ନିୟମାନୁସାରେ ଅଳ୍ପ ଲୋକଙ୍କ ଉପସ୍ଥିତିରେ ହେବ ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ଦକ୍ଷୀଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ୬ପ୍ଲାଟୁନ ପୋଲିସ ମୁତୟନ ହେବେ ସେଥିରେ ୪ପ୍ଲାଟୁନ ସଶସ୍ତ୍ର ପୋଲିସ ବାହୀନି ରହିବେ । ତାହା ସହ ୧୪ଜଣ ଇନିସପେକ୍ଟର, ୬ଜଣ ଡିଏସପି, ଜଣେ ଏସପି ଓ ଜଣେ ଏଏସପି ରହିବେ । ମେଟାଲ ଡିଟେକ୍ଟର, ବମ୍ ସ୍କ୍ବାର୍ଡ ଓ ଡଗ ସ୍କ୍ବାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ ଗସ୍ତ ଶେଷ ଯାଏଁ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ବୋଲି ଜଣାପଡିଛି । ଏପରିକି ୧୩ଜଣ ଅତିଥି ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାଟ କାର୍ଡ ବଣ୍ଟନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.