କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣା, ଆନ୍ଦୋଳନକାରୀଙ୍କ ସହ ଡିଆଇଜିଙ୍କ ଆଲୋଚନା

ବାଲେଶ୍ବର (କେନ୍ୟୁଜ୍) : କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ପାରାଦୀପ ଓ ବାଲେଶ୍ୱରର ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ କୋଷ୍ଟଗାର୍ଡ କାର‌୍ୟ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲା। ଗୁଳିମାଡ଼ରେ ପ୍ରାଣ ହରାଇଥିବା ବୋଟ ଚାଳକ ମାୟାଧର ମଲ୍ଲିକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ କର୍ମଚାରୀମାନେ ମତ୍ସ୍ୟଜୀବୀଙ୍କୁ ନିର‌୍ୟାତନା ଦେବା ସହ ଜବରଦସ୍ତ ମାଛ ନେଇଯାଉଥିବା ଅଭିଯୋଗ କରିଛନ୍ତି।

coastal

ଆନ୍ଦୋଳନ ସ୍ଥଳରେ କୋଷ୍ଟଗାର୍ଡ ଡିଆଇଜି ପହଞ୍ଚି ଆଲୋଚନା କରି ସେମାନଙ୍କ ଦାବି ମାନିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଗିରଫ ହୋଇଥିବା ୯ଜଣ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରଯାଇଛି।