ଭରତପୁର ଦୁର୍ଘଟଣାକୁ ନେଇ ଖଣି ବନ୍ଦ ଆନ୍ଦୋଳନର ପ୍ରଭାବ, ଏନଟିପିସିରେ କୋଇଲା ସଙ୍କଟ

ତାଳଚେର(କେନ୍ୟୁଜ୍): ଏନଟିପିସିରେ କୋଇଲା ସଙ୍କଟ । ବିଦ୍ୟୁତ ଉତ୍ପାଦନ ହ୍ରାସ । ତାଳଚେରରେ ଏମସିଏଲ ଭରତପୁର କୋଇଲାଖଣି ଅଘଟଣ ପରେ ଖଣିବନ୍ଦ ଆନ୍ଦୋଳନର ପ୍ରଭାବ ଏନଟିପିସି ଉପରେ ପଡ଼ିଛି । କୋଇଲା ସଙ୍କଟ ଯୋଗୁ ଏନଟିପିସିର ୪ଟି ୟୁନିଟ ବନ୍ଦ ଥିବା ବେଳେ ଆଜି ୨ଟି ୟୁନିଟରୁ ଆଂଶିକ ଭାବେ ହଜାରେ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି । ଗତକାଲି ଏନଟିପିସିକୁ ଇବ ଭ୍ୟାଲି, ଇସିଏଲ ଓ ସିଙ୍ଗରେଣୀରୁ ୧୪ ହଜାର ମେଟ୍ରିକ ଟନ କୋଇଲା ଆସିଥିଲା । ଏନଟିପିସରେ ଦୈନିକ ୫୫ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ । ଏବେ ଏଠାରେ ମାତ୍ର ୪ ହଜାର ମେଟ୍ରିକ ଟନ କୋଇଲା ଗଚ୍ଛିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.