ରାଜ୍ୟରେ ବଢିଲା ଶୀତ, ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର:ରାଜ୍ୟରେ ବଢିଲା ଶୀତ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ହ୍ରାସ ପାଉଛି । ଗତକାଲି ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସୋନପୁରରେ ତାପମାତ୍ରା ସବୁଠୁ କମ୍‌ ୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ସୋନପୁରରେ କିଛି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି ।

ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡିରେ ଶୀତର ଲହରି ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଗତ ତିନି ଦିନ ହେବ ହଠାତ୍‌ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଫୁଲବାଣୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା । ଫୁଲବାଣୀ, ଦାରିଙ୍ଗବାଡି, ବେଲଘର ସମେତ ବିଭିନ୍ନ ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳ ୭ଟା ଯାଏଁ ଆକାଶ ଘନ କୁହୁଡିରେ ଘୋଡେଇ ହୋଇ ରହୁଛି । ଏବେଠୁ ଅଧିକ ଶୀତ ବଢୁଥିବାରୁ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.