କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ଦାରିଙ୍ଗବାଡ଼ିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ): ଶୀତରେ ଥରୁଛି ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ୧୦ ଡିଗ୍ରୀ ତଳେ ରହିଛି ଦାରିଙ୍ଗବାଡ଼ିର ତାପମାତ୍ରା । ଶୀତ ଋତୁ ଆସିଲେ ମାନେପଡ଼େ ଦାରିଙ୍ଗବାଡ଼ି । ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ପରିବେଶ ।

ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଶୀତ ଆସିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଚା ସାଙ୍ଗକୁ ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.