ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା, ଉତ୍ତରପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପାଗ ରହିବ କୋହଲା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା । ଉତ୍ତରପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପାଗ କୋହଲା ରହିବ । ସୁନ୍ଦରଗଡ, ନୂଆପଡା, ନବରଗଂପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ କମ ଶୀତ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଫୁଲବାଣୀରେ ୧୪ ଦଶମିକ ୪, ଅନୁଗୋଳରେ ୧୨ ଦଶମିକ ୮ ଡିଗ୍ରୀ ତଳେ ରହିଛି । ଫଳରେ କମ ଶୀତ ଅନୁଭୂତ ହେଉଛି । ତେବେ ଶନିବାର ଠାରୁ ପୁଣି ଶୀତ ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.