Below header

ପାରାଦୀପ ସରଳି ଗ୍ରାମର ବୀରପୁତ୍ର ସହିଦ ପାର୍ଥ ରଞ୍ଜନ ବେହେରାଙ୍କ ଗାଁରୁ ମାଟି ସଂଗ୍ରହ

ମୋଦିଙ୍କ ଆହ୍ୱାନ କ୍ରମେ ମେରୀ ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ କରି ଦିଲ୍ଲୀର ଅମୃତ ବାଟିକା ପର୍ଯ୍ୟନ୍ତ ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏନେଇ ପାରାଦୀପ ନିର୍ବାଚନ ମଣ୍ଡଳୀ ବାଲିକଣି ପଂଚାୟତର ସରଳି ଗ୍ରାମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ପାରାଦୀପ(କେନ୍ୟୁଜ୍): ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସହିଦ ମାନଙ୍କ ସ୍ମୃତି କୁ ଉଜ୍ଜୀବିତ କରି ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆହ୍ୱାନ କ୍ରମେ ମେରୀ ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ କରି ଦିଲ୍ଲୀର ଅମୃତ ବାଟିକା ପର୍ଯ୍ୟନ୍ତ ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏନେଇ ପାରାଦୀପ ନିର୍ବାଚନ ମଣ୍ଡଳୀ ବାଲିକଣି ପଂଚାୟତର ସରଳି ଗ୍ରାମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।

ପ୍ରଥମ ଥର ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀର ସରଳି ଗ୍ରାମର ବିରପୁତ୍ର ସହିଦ ପାର୍ଥ ରଂଜନ ବେହେରାଙ୍କ ଗ୍ରାମରେ ପଂହଚି ସହିଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସହିଦ ପାର୍ଥ ରଂଜନଙ୍କ ମାଙ୍କ ଠାରୁ ମାଟି ସଂଗ୍ରହ କରାଯାଇଛି । ତେବେ ସହିଦ ମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ନିର୍ମାଣ କରାଯାଉଥିବା ଅମୃତ ବାଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରଶଂସା କରିଥିଲେ ବିଭିନ୍ନ ଅଂଚଳରୁ ଆସିଥିବା ଅବସରପ୍ରାପ୍ତ ଯବାନ ଓ ଗ୍ରାମବାସୀ।

ତେବେ ପୁଅର ମୃତ୍ୟୁ ଯେତିକି ଦୁଃଖ ଦେଇଥିଲା, ଏପଟେ ଏହି କାର୍ଯ୍ୟକ୍ରମ ଦ୍ୱାରା ସହିଦ ପୁଅକୁ ଏତେ ସମ୍ମାନ ମିଳିଲା ଯେ ଏଥିରେ ଗର୍ବିତ ପାର୍ଥରଂଜନ ବେହେରାଙ୍କ
ପରିବାର ଲୋକେ । ସରକାରଙ୍କ ପ୍ରୟାସ ଓ ନେତା ତଥା ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗ ପାଇଁ ଏସବୁ ସମ୍ଭବ ହୋଇପାରିଥିବାରୁ ସଭିଏଁ ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.