Below header

ବ୍ରିଜରୁ ତଳକୁ ଡେଇଁଲେ କଲେଜ୍‌ ଛାତ୍ରୀ, ଜୀବନ ଗଲାନି କିନ୍ତୁ ଭାଙ୍ଗିଗଲା ଅଣ୍ଟା

୭୦ ଫୁଟ ତଳକୁ ଡେଇଁ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ବୌଦ୍ଧ (କେନ୍ୟୁଜ) : ଆଜି ଅପରାହ୍ନ ଗୋଟାଏ ସମୟରେ ବୌଦ୍ଧ-କିଆକଟା ମହାନଦୀ ସେତୁ ଉପରୁ ଜଣେ ଛାତ୍ରୀ ୭୦ ଫୁଟ ତଳକୁ ଡେଇଁ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏ ଖବର ଜଣାପଡିଛି ପରେ ସାଧାରଣରେ ଆଲୋଡନ ଖେଳାଇ ଯାଇଛି । ଆହତ ଛାତ୍ରୀ ଜଣକ ବମଣ୍ଡା ସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁକ୍ତ ୩ କଳା ପ୍ରଥମ ବର୍ଷର ଛାତ୍ରୀ ତାଙ୍କ ଘର କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମର ବୋଲି ସଂଧ୍ୟାସିନୀ ପ୍ରଧାନ ବୋଲି ସୂଚନା ମିଳିଛି । ସୂଚନା ପ୍ରକାରେ ଛାତ୍ରୀ ଜଣକ ସବୁଦିନ ଭଳି ଆଜି କଲେଜରୁ ବ୍ରିଜଦେଇ ଘରକୁ ଫେରୁଥିଲେ । ମାତ୍ର କୌଣସି ଅଜଣା କାରଣରୁ ସେ ହଠାତ ମଝି ବ୍ରିଜ କଡରେ ନିଜ ସାଇକେଲ ,ବ୍ୟାଗ ଓ ଚପଲ ରଖି କେହିକିଛି ବୁଝିବା ଆଗରୁ ତଳକୁ ଡେଇଁ ପଡ଼ିଥିଲେ । ସେ ନଦୀରେ ଭାସି ଭାସି ଆସୁଥିବା ଦେଖି ବୌଦ୍ଧ ଇରିଗେସନ କଲୋନୀ ପଛପାର୍ଶ୍ଵ ଘାଟରେ ଗାଧୋଉଥିବା କିଛି ଯୁବକ ତାଙ୍କୁ ଗୁରୁବାର ଆହତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ।ସୂଚନା ପାଇ ବୌଦ୍ଧ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଛାତ୍ରୀଙ୍କୁ ଆଣି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ସେତୁ ଉପରୁ ଛାତ୍ରୀଙ୍କ ସାଇକେଲ, ବ୍ୟାଗ ଓ ଚପଲକୁ ଜବତ କରି ଏହା ସେ ତଳକୁ ଡେଇଁବା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରୁଥିବା ଜଣାପଡିଛି। ଖବର ପାଇ ତାଙ୍କ ପରିବାର ଲୋକ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚିଛନ୍ତି।ତେବେ ସେ କାହିଁକି ସେତୁ ଉପରୁ ଡେଇଁ ଜୀବନ ହରିଦେବାକୁ ପ୍ରୟାସ ଭଳି ଚରମ ପଦକ୍ଷେପ ନେଲେ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.