Below header

ହନିମୁନ୍‌ରେ ଗୋଆ ବଦଳରେ ସ୍ତ୍ରୀକୁ ଅଯୋଧ୍ୟା ନେଲେ ସ୍ୱାମୀ, ସ୍ତ୍ରୀ ଦେଲା ଛାଡ଼ପତ୍ର

ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ସେ କହିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ କଥା ଦେଇ କଥା ରଖି ନାହାନ୍ତି । ହନିମୁନ୍‌ରେ ଗୋଆ ନେବାକୁ କହି ଅଯୋଧ୍ୟା ବାରଣାସୀ ନେଇଥିଲେ । ସେଠାରୁ ଫେରିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ହନିମୁନ୍‌ରେ ଗୋଆ ଯିବା ପାଇଁ ସ୍ତ୍ରୀକୁ ସ୍ୱାମୀ କହିଥିଲେ । ତାପରେ ସ୍ୱାମୀ ଟିକେଟ୍‌ ବୁକ୍‌ କରିଥିଲେ । ସ୍ତ୍ରୀ ମଧ୍ୟ ଖୁସିରେ ରେଡି ହୋଇଯାଇଥିଲେ ଗୋଆ ଯିବାକୁ । କାରଣ ବିବାହର ୫ ମାସ ପରେ ପ୍ରଥମଥର ପାଇଁ ସ୍ୱାମୀ ସ୍ତ୍ରୀ ଯାଇଥାଆନ୍ତେ ହନିମୁନ୍‌ରେ । ସେଥିପାଇଁ ସ୍ତ୍ରୀ ମନରେ ଥିଲା ବେଶ୍‌ ଉତ୍ସାହ । ଖୁସିରେ ପାଦ ତଳେ ଲାଗୁନଥିଲା । ହେଲେ ସ୍ୱାମୀ ହନିମୁନ୍‌ରେ ଗୋଆ ଯିବାକୁ କହି ଯେଉଁ ସ୍ଥାନକୁ ନେଇଥିଲେ ସେଠାରୁ ଫେରିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଏକଥା ଶୁଣି ଆପଣଙ୍କୁ ହୁଏତ ଝଟ୍‌କା ଲାଗୁଥାଇପାରେ । ହେଲେ ଏହି କଥା ଆଜ୍ଞା ସମ୍ପୂର୍ଣ୍ଣ ସତ । କାରଣ କୋର୍ଟର ଦ୍ୱାରସ୍ଥ ହୋଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ବିବାହର ୫ ମାସ ପରେ ହନିମୁନ୍‌ ପ୍ଲାନ୍‌ କରିଥିଲେ । ସେ ଗୋଆ ନେବେ ବୋଲି ହନିମୁନ୍‌ରେ ଯିବାର ଗୋଟିଏ ଦିନ ଆଗରୁ ତାଙ୍କୁ ଜଣାଇଥିଲେ । ପୂର୍ବରୁ ଟିକେଟ୍‌ ମଧ୍ୟ ବୁକ୍‌ କରିଥିଲେ ହେଲେ ତାଙ୍କ ସ୍ତ୍ରୀଙ୍କୁ ଜଣାଇନଥିଲେ । ସବୁଠୁ ବଡ଼ କଥା ହେଉଛି ସ୍ୱାମୀ ଜଣକ ସ୍ତ୍ରୀକୁ ହନିମୁନ୍‌ରେ ଗୋଆ ନେବା ବଦଳରେ ଅଯୋଧ୍ୟାକୁ ନେଇଥିଲେ । କାରଣ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିଲା । ତେଣୁ ସମସ୍ତେ ରାମ ଭକ୍ତିରେ ଲୀନ ରହିଛନ୍ତି । ତେବେ ସାରା ଦେଶ ଭଗବାନ୍‌ ରାମଲାଲାଙ୍କୁ ଟିକିଏ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଥିବା ବେଳେ ଅଯୋଧ୍ୟା ଯାଇଥିବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏଭଳି ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

ତେବେ ଏହି ସ୍ୱାମୀ ସ୍ତ୍ରୀ ହେଉଛନ୍ତି ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ପିପଲାନି ଅଞ୍ଚଳର । ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ସେ କହିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ କଥା ଦେଇ କଥା ରଖି ନାହାନ୍ତି । ହନିମୁନ୍‌ରେ ଗୋଆ ନେବାକୁ କହି ଅଯୋଧ୍ୟା ବାରଣାସୀ ନେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ସ୍ୱାମୀ ଆଇଟି କମ୍ପାନୀରେ କାମ କରନ୍ତି । ଭଲ ଦୁଇ ପଇସା ରୋଜଗାର କରନ୍ତି । ଏହାସହ ମହିଳା ଜଣକ ଚାକିରି କରିଛନ୍ତି ସେ ମଧ୍ୟ ଭଲ ରୋଜଗାର କରନ୍ତି । ତାଙ୍କ ପାଇଁ ବିଦେଶ ଯିବା କିଛି ବଡ଼ କଥା ନୁହେଁ ତା ସତ୍ତ୍ୱେ ବି ତାଙ୍କ ସ୍ୱାମୀ ତାଙ୍କୁ ବିଦେଶ ନେଇନଥିଲେ । ଏବେ ତାଙ୍କୁ ହନିମୁନ୍‌ ନେବେ କହି ଅଯୋଧ୍ୟା ନେଇଥିଲେ।

ମହିଳା ଜଣକ କୋର୍ଟରେ କହିଛନ୍ତି ଯେ’ ମୋଠୁ ଅଧିକା ମୋ ସ୍ୱାମୀ ତାଙ୍କ ପରିବାରକୁ ଅଧିକ ଗୁରୁତ୍ୱ ଦିଅନ୍ତି । ତାଙ୍କ ମା’ ହନିମୁନ୍‌ରେ ଅଯୋଧ୍ୟା ଯିବାକୁ କହିଥିଲେ ବୋଲି ସେ ଗୋଆ ବଦଳରେ ଅଯୋଧ୍ୟାକୁ ନେଇଥିଲେ । ଯାହାଫଳରେ ସେ ରାଗିଯାଇଥିଲେ କିନ୍ତୁ ସେ ତାଙ୍କ ସ୍ୱାମୀକୁ ସେଠାରେ କିଛି ନକହି ଅଯୋଧ୍ୟାରୁ ଘରକୁ ଫେରିଥିଲେ । ହେଲେ ତାପରେ ସେ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.