Below header

ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ରୋଡ୍‌ ଶୋ’ ଆରମ୍ଭ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ର ମୁଖ୍ୟ ଅତିଥି ରହିଛନ୍ତି । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ।

ଦୁଇ ଦିନିଆ ଭାରତ ଗସ୍ତ ଅଧୀନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି । ତାଙ୍କୁ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସ୍ୱାଗତ କରିଥିଲେ । ମାକ୍ରୋନ୍‌ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ର ମୁଖ୍ୟ ଅତିଥି ରହିଛନ୍ତି ।

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ଏହାରି ଭିତରେ ସେ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ରୋଡ୍ ଶୋ’ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ରୋଡ୍‌ ଶୋ’ ଜୟପୁରର ଜନ୍ତର ମନ୍ତରରୁ ଆରମ୍ଭ ହୋଇଛି ।

ରାଷ୍ଟ୍ରପତି ମାକ୍ରୋନ୍‌ ଜୟପୁରର ଜନ୍ତର ମନ୍ତରରେ ପହଞ୍ଚିବା ପରେ ପିଏମ୍‌ ମୋଦି ତାଙ୍କୁ ସ୍ୱାଗତ କରିଥିଲେ । ଏହିପରି ପ୍ରଧାନମନ୍ତ୍ରୀ ଜୟପୁରରେ ପହଞ୍ଚିବା ପରେ ବିମାନବନ୍ଦରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଏସ୍‌ଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.