Below header

କମ୍ପାନୀ ବସ୍‌ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ଢ଼େଙ୍କାନାଳ(କେନ୍ୟୁଜ୍‌) : ଢେଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଉପର ବାଘଲୁଣ୍ଡା ଗ୍ରାମ ନିକଟରେ ରୁଙ୍ଗଟା କମ୍ପାନୀ ବସ ଦୁର୍ଘଟଣାରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ସମ୍ପକୀୟ ଙ୍କ ସହ ସ୍କୁଟିରେ ବସି କଲେଜ ଯାଉଥିବା ବେଳେ ବସ ସହ ଘଟିଥିଲା ଦୃଘଟଣା ।

ମୃତ ଛାତ୍ରୀ ଜଣକ ହେଲେ ସତ୍ୟମ ଶିବମ ସୁନ୍ଦରମ୍ କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଇସ୍ସିତା ବରାଳ । ତାଙ୍କ ଘର ବେଲପଡ଼ା ଗ୍ରାମରେ । ଦୃଘଟଣାରେ ମୃତ ବରଣ ପରେ ସତ୍ୟମ ଶିବମ୍ ସୁନ୍ଦରରମ ଛାତ୍ରଛାତ୍ରୀ ମାନେ ୫୫ ନ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମୃତ ଛାତ୍ରୀକୁ ଦୃଘଟଣା ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ ।

ଡାକ୍ତର ତାଙ୍କୁ ମୃତ ହୋଇ ଥିବା ଘୋଷଣା କରିଥିଲେ । ଛାତ୍ରୀଙ୍କ ମୃତ୍ୟୁ ପରେ କଲେଜର ଶୋକାକୂଳ ପରିବେଶ ସୃଷି ହୋଇଛି । ଉତ୍ୟକ୍ତ ଛାତ୍ର, ଛାତ୍ରୀମାନେ କଲେଜ ସମ୍ମୁଖରେ ୫୫ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି । ଢେଙ୍କାନାଳ ଅନୁଗୋଳ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.