ତୁରନ୍ତ ଓଜନ କମାଇବ ଏହି ଡାଏଟ୍‌ ଟିପ୍ସ, କଣ୍‌ ଆପଣ ବି କରିବେ କି ଫଲୋ

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରୁନାହାଁନ୍ତି। ନିଜର ଖାଦ୍ୟ ପାନୀୟର ସଠିକ୍ ଦାୟିତ୍ୱ ନେଇପାରନ୍ତି ନାହିଁ। ଯେଉଁ କାରଣରୁ ଓଜନ ବଢିବା,ବ୍ଳଡ୍ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏହି ସବୁ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ ।

ଅଧିକ ମାତ୍ରାରେ କଫିନ୍ ସେବନ କରିବା ଦ୍ୱାରା ଚିଡିଚିଡା ସ୍ୱଭାବ, ଚିନ୍ତା ଏବଂ ବ୍ଳଡ୍ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ । ଏହାବ୍ୟତିତ ଶରୀରରେ ଆଇରନ୍ ଏବଂ କ୍ୟାଲସିୟମକୁ ନେବାରେ ମଧ୍ୟ ସମସ୍ୟା ସ୍ରୁଷ୍ଟି କରିପାରେ । କଫିନ୍ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ହାଇପରଟେଂସନ୍ ଏବଂ ନିଦ ନଆସିବା ଭଳି ସମସ୍ୟା ଦେଖାଯାଇଥାଏ । କଫିନର ଅଧିକ ସେବନ ଦ୍ୱାରା ଧମନି ସଙ୍କୁଚିତ ହୋଇଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହିତ ସମୟରେ ବାଧା ଉପୁଯିଥାଏ । ଏହି କାରଣରୁ ବ୍ଳଡ୍ ପ୍ରେସର ସମସ୍ୟା ଦେଖାଦେଇଥାଏ । ଏହାଛଡା ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ସମସ୍ୟା,ମନ ଅସ୍ଥିର ହେବା ଭଳି ବିଭିନ୍ନ ଅସୁବିଧା କଫିନର ସାଇଡ୍ ଇଫେକ୍ଟ ।

ଯେତେବେଳେ ଓଜନ କଥା ସାମ୍ନାକୁ ଆସିଥାଏ ତେବେ ଚିନ୍ତା ବଢ଼ିଯାଏ। ଯାହାଦ୍ୱାରା ଖୁବ୍ ଶିଘ୍ର ଓଜନ ବଢିବାରେ ସାହାଯ୍ୟ କରିଥାଏ । ଚିନ୍ତା କମ୍ କରିବା ପାଇଁ ଆପଣ ଜୀବନରେ କିଛି ପରିବର୍ତ୍ତନ କରିବା ନିହାତୀ ଜରୁରୀ । ପ୍ରାୟତଃ ଆମେ ଖାଇବାରେ ଏମିତି ଜଙ୍କ ଫୁଡର ବ୍ୟବହାର କରିଥାନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାସହିତ ଆପଣଙ୍କ ଓଜନ ଏବଂ ଚିନ୍ତାକୁ ଏହା ବଢାଇଥାଏ । ଓଜନ କମିବା ପାଇଁ ଭଲ ନିଦ, ଏକ୍ସରସାଇଜ୍ ଏବଂ ଖାଦ୍ୟ ପାନୀୟରେ କିଛି ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ପଡିବ ।

ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କର ପ୍ରତିଦିନ ଖାଇବାରେ କୌଣସି ସଠିକ୍ ସମୟ ରହେନାହିଁ । ଯାହାଦ୍ୱାରା ସେମାନଙ୍କ ପାଚନ ପ୍ରକ୍ରିୟାରେ ଏହାର ବିଶେଷ ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ସମୟରେ ନିଜ ଖାଦ୍ୟକୁ ସ୍କିପ୍ କରୁଛନ୍ତି, ତେବେ ଆପଣଙ୍କ ଖାଦ୍ୟ ପ୍ରକ୍ରିୟାରେ ଏପଟସେପଟ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଆପଣଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଓଜନ ମଧ୍ୟ ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.