Below header

ବଜାରକୁ ଆସୁଛି ସାମସଙ୍ଗର ନୂଆ ସ୍ମାର୍ଟଫୋନ, ଫେବୃଆରୀ ୧ ରେ ହେବ ରିଲିଜ

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି S23 । ସାମସଙ୍ଗ ପକ୍ଷରୁ ଏହାର ରିଲିଜ ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୧ରେ ହେବାକୁ ଥିବା ସାମସଙ୍ଗ ଗାଲେକ୍ସି ଅନପ୍ୟାକ ଇଭେଣ୍ଟରେ ଏହା ରିଲିଜ ହେବ । କମ୍ପାନୀର ଅଫିସିଆଲ କଲମ୍ବିଆ େଓ୍ଵବସାଇଟରେ ଗାଲେକ୍ସି ଅନପ୍ୟାକ ଇଭେଣ୍ଟକୁ ଲିଷ୍ଟେଡ କରାଯାଇଛି । ଏହାର ଟାଗ ଲାଇନ ଦିଆ ଯାଇଛି “Epic moments are coming” ଏହାରି ଭିତରେ ପ୍ରଡକ୍ଟ ଲଞ୍ଚ ତାରିଖକୁ ପ୍ରଚାର ପ୍ରସାର କରାଯାଉଛି । ଏହାସହ ପ୍ରି-ରେଜିଷ୍ଟ୍ରେସନ ବୁକିଙ୍ଗ ଆରମ୍ଭ ହୋଇଯାଇଛି ।

ପ୍ରି ବୁକିଙ୍ଗ ଗ୍ରାହକ ମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଅଫର ଜାରି କରାଯାଇଛି । ଯେଉଁ ଗ୍ରାହକ S23 ପାଇଁ ପ୍ରି ରେଜିଷ୍ଟ୍ରେସନ କରିବେ ତାଙ୍କୁ ଗାଲେକ୍ସି ବଡ୍ସ 2 ପ୍ରୋ ମାଗଣାରେ ମିଳିବ । ଏହାସହ ଗାଲେକ୍ସି ଓ୍ଵାଚ 4 ସିରିଜ, ଗାଲେକ୍ସି ବଡ୍ସ ୨ ମଧ୍ୟ ମିଳିପାରେ । S23 ସିରିଜର ତିନୋଟି ମଡେଲ ବଜାରକୁ ଆସିବାକୁ ଯାଉଛି । ଗାଲେକ୍ସି S23, ଗାଲେକ୍ସି S23+ ଓ ଗାଲେକ୍ସି S23 ଅଲଟ୍ରା । ଏହାର ପୁରା ଫଟୋ ସାମନାକୁ ଆସିନଥିଲେ ବି ତିନୋଟି କ୍ୟାମେରା ସେନସର ଥିବା ଫଟୋ ସାମନାକୁ ଆସିଛି । ଏହା ଅଲଗା ଅଲଗା ରଙ୍ଗରେ ବଜାରରେ ମିଳିବ । S23+ ଗୋଲାପି ରଙ୍ଗରେ ଆସିବାକୁ ଥିବା ବେଳେ ଅଲଟ୍ରା ମଡେଲ ସବୁଜ ରଙ୍ଗରେ ବଜାରକୁ ଆସିବ ।

ଏହି ସିରିଜର ଫୋନ Qualcomm Snapdragon 8 Gen 2 octa-core processor ରେ ଆସିବ ବୋଲି ଆଶା କରାଯାଉଛି । ଏହାସହ 8GB/12GB LPDDR5X RAM ଓ UFS 4.0 ଷ୍ଟୋରେଜ ରହିବ । ଏହି ହେଣ୍ଡସେଟଟି One UI based Android 13 ଅପରେଟିଙ୍ଗ ସିଷ୍ଟମରେ ଚାଲିବ । ଗାଲେକ୍ସି S23 ସିରିଜରେ ସାଟେଲାଇଟ କନେକ୍ଟଟିଭିଟି ସୁବିଧା ମିଳିବ । ଯାହା ପ୍ରଥମଥର ପାଇଁ iPhone 14 ସିରିଜରେ ଏହି ସୁବିଧା ମିଳିଥିଲା । କୁହାଯାଉଛି କି ଏହା ୨୫୬ ଜିବି ଷ୍ଟୋରେଜ କାପାସିଟି ନେଇ ବଜାରକୁ ଆସିବ । ଯେହେତୁ ଏହା ଅଧିକ ଷ୍ଟୋରେଜ କାପାସିଟିରେ ଆସୁଛି ଏହାର ଦାମ ଅଧିକ ରହିପାରେ ।

କ୍ୟାମେରା କଥା ଯଦି ଦେଖିବା Galaxy S23 Ultra ରେ ୨୦୦ ମେଗା ପିକ୍ସେଲ OIS ମେନ କ୍ୟାମେରା, ୧୨ ମେଗା ପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ସହ ଅଟୋ ଫୋକସ, ୧୦ ମେଗା ପିକ୍ସେଲ ଟେଲିଫଟୋ କ୍ୟାମେରା ସହ 3 X ଅପଟିକାଲ ଜୁମ ସୁବିଧା ମିଳିବ । ଏହାସହ ଆଉ ଏକ ୧୦ ମେଗା ପିକ୍ସେଲ ଟେଲିଫଟୋ କ୍ୟାମେରା ମିଳିବ ଯାହା 10 X ପର୍ଯ୍ୟନ୍ତ ଜୁମ ହୋଇପାରିବ । ସେହିପରି ଗାଲେକ୍ସି S23 ଓ 23+ ରେ ୫୦ ମେଗା ପିକ୍ସେଲ OIS ପ୍ରାଇମେରି କ୍ୟାମେରା, ୧୨ ମେଗା ପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ସହ ଅଟୋ ଫୋକସ ଓ ୧୦ ମେଗା ପିକ୍ସେଲ ଟେଲିଫଟୋ କ୍ୟାମେରା ସହ 3 X ଅପଟିକାଲ ଜୁମ ସୁବିଧା ମିଳିବ । ତିନୋଟି ଯାକ ଫୋନରେ ୧୨ ମେଗା ପିକ୍ସେଲ ସେଲଫି କ୍ୟାମରୋ ମିଳିବ ।

କୁହାଯାଉଛି କି ତିନିଟୋ ଯାକ ଫୋନରେ ପାଓ୍ଵାର ବ୍ୟକଅପ ସେତେଟା ଭଲ ମିଳିବ ନାହିଁ । S23 ରେ 3,900mAh ବ୍ୟାଟେରୀ ମିଳିବ । ସେହିପରି 23+ ଓ ଅଲଟ୍ରାରେ 4,700mAh ଓ 5,000 mAh ବ୍ୟାଟେରୀ ମିଳିବ ।
ସାମସଙ୍ଗ ଗାଲେକ୍ସି S23 ସିରିଜ ୭୨, ୯୯୯ ଟଙ୍କାର ବେସ ପ୍ରାଇସ ସହ ଆସିଥିବା ବେଳେ ଗାଲେକ୍ସି S23 ସିରିଜର ମୂଲ୍ୟ ଏହାଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.