ଲୁଟ୍‌ର ନୂଆ ଟେକନିକ୍‌: ବିବାହ ଭୋଜି ଖାଇଲା, ଗିଫ୍‌ଟ ଓ ଟଙ୍କା ବ୍ୟାଗ୍‌ ଧରି ମାରିଲା ଛୁ..

ଲୁଟ୍‌ର ନୂଆ ଟେକନିକ୍‌। ବିବାହ ଭୋଜି ଖାଇବାକୁ ଆସି ଗିଫ୍‌ଟ ଟଙ୍କା ବ୍ୟାଗ୍‌ ନେଇ ଫେରାର। ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଏହି ଲୁଟ୍‌ ହୋଇଛି। ସିସିଟିଭିରେ କଏଦ୍‌ ହୋଇଛି ଲୁ୍‌ଟ ଦୃଶ୍ୟ।

ଭୁବନେଶ୍ୱର (କେନ୍ୟୁଜ): ଲୁଟ୍‌ର ନୂଆ ଟେକନିକ୍‌। ବିବାହ ଭୋଜି ଖାଇବାକୁ ଆସି ଗିଫ୍‌ଟ ଟଙ୍କା ବ୍ୟାଗ୍‌ ନେଇ ଫେରାର। ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଏହି ଲୁଟ୍‌ ହୋଇଛି। ସିସିଟିଭିରେ କଏଦ୍‌ ହୋଇଛି ଲୁ୍‌ଟ ଦୃଶ୍ୟ। ଖୋର୍ଦ୍ଧା ବାଲିପାଟଣା ଥାନା କୁଳିରା ଶାସନ ଗାଁର ଅଖିଳ ରଂଜନ ମହାନ୍ତିଙ୍କ ପୁଅ ବାହାଘରର ରିସେପସନ୍‌ରେ ଏହି ଲୁଟ୍‌ ହୋଇଛି। ରିସେପସନ୍‌କୁ ଅନେକ ଅତିଥି ଆସିଥିଲେ।

ତେବେ ରାତି ପ୍ରାୟ ୧୧ଟା ୫୦ରେ ଗିଫ୍‌ଟ ଟଙ୍କା ରଖୁଥିବା ଝିଅମାନେ ବ୍ୟାଗ ରଖି ଫଟୋ ଉଟାଇବାକୁ ଚାଲିଯାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି କୌଶଳକ୍ରମେ ସେଠାରୁ ବ୍ୟାଗକୁ ନେଇ ପଳାଇଥିଲେ। ପରେ ବ୍ୟାଗ ନପାଇ ଖୋଜାଖୋଜି କରିବାରୁ ସିସିଟିଭି ଫୁଟେଜରୁ ଚୋରି ହୋଇଥିବା ଜଣାପଡିଥିଲା। ଏନେଇ ବରଗଡ଼ ଥାନାରେ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.