ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ଆଗକୁ ଏନଫୋର୍ସମେଣ୍ଟ ଡ୍ରାଇଭ ବଢ଼ାଇବାକୁ ସମସ୍ତ ଆଇଆଇସିଙ୍କୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵରରେ ଥିବା ୧୧୦୭ ବୁଥରୁ ୧୪୯ ବୁଥ ସମ୍ବେଦନଶୀଳ ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ଆଗକୁ ଏନଫୋର୍ସମେଣ୍ଟ ଡ୍ରାଇଭ ବଢ଼ାଇବାକୁ ସମସ୍ତ ଆଇଆଇସିଙ୍କୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵରରେ ଥିବା ୧୧୦୭ ବୁଥରୁ ୧୪୯ ବୁଥ ସମ୍ବେଦନଶୀଳ ରହିଛି । ସେଗୁଡିକ ଉପରେ ରହିବ କଡା ନଜର ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ବୈଠକ ପରେ ପ୍ରତିକ୍ରିୟାରେ କହିଛନ୍ତି। ପ୍ରଚାର ବେଳେ ପ୍ରାର୍ଥୀ ଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ଅପରାଧୀଙ୍କ ଉପରେ ରହିବ କଡା ନଜର। ବୈଠକରେ ଭୁବନେଶ୍ୱର ୟୁପିଡିର ସମସ୍ତ ଆଇଆଇସି, ଏସିପିଙ୍କ ସହ ଭୁବନେଶ୍ୱର ଡିସିପି, ଅତିରିକ୍ତ କମିଶନର ଓ ପୋଲିସ କମିଶନର ଉପସ୍ଥିତି ଥିଲେ । ୨୮୪ ଜଣଙ୍କ ନାଁରେ NBW ଜାରି କରାଯାଇଛି । NBW ଥିବା ସବୁ ଅପରାଧୀଙ୍କ ତାଲିକା ୱେବସାଇଟ ସହ ଥାନାରେ ମରାଯିବ । ୪୦୩ଟି ଲାଇସନ୍ସଧାରୀ ବନ୍ଧୁକକୁ ଜମା କରାଯାଇଛି। ୯୧୨ଟି ବନ୍ଧୁକ ଆହୁରି ଡିପୋଜିଟ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.