ବେଙ୍ଗାଲୁରୁ : ପାଣି ନଷ୍ଟ କରି ଜରିମାନା ଦେଲେ ୨୨ ପରିବାର

ବେଙ୍ଗାଲୁରୁରେ ୨୨ ପରିବାରକୁ ପାଣି ପାଇଁ ଜରିମାନା ଲାଗୁ ହୋଇଛି । ପାଣି ଅପଚୟ କରିଥିବା ନେଇ ୨୨ଟି ପରିବାର ଉପରେ ୫ ହଜାର ଜରିମାନା ଲାଗୁ କରାଯାଇଛି । ବେଙ୍ଗାଲୁରୁ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା ।

ବେଙ୍ଗାଲୁରୁରେ ୨୨ ପରିବାରକୁ ପାଣି ପାଇଁ ଜରିମାନା ଲାଗୁ ହୋଇଛି । କାର ଧୋଇବା ଏବଂ ବଗିଚାରେ ପାଣି ଦେବାକୁ ବାରଣ କରାଯାଇଥିଲା । ଏହାକୁ ନେଇ ନିୟମ ମଧ୍ୟ କରାଯାଇଥିଲା । ବେଙ୍ଗାଲୁରୁ ପାଣି ସଙ୍କଟ ଦେଖି ଏଭଳି ନିଷ୍ପତ୍ତି ନେଇଥିଲେ ସରକାର । ତେଣୁ ପାଣି ଅପଚୟ କରିଥିବା ନେଇ ୨୨ଟି ପରିବାର ଉପରେ ୫ ହଜାର ଜରିମାନା ଲାଗୁ କରାଯାଇଛି । ବେଙ୍ଗାଲୁରୁ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା ।

ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (BWSSB) କହିଛି ଯେ, କାର୍ ଧୋଇବା କିମ୍ବା ବଗିଚା ପାଇଁ ପାନୀୟ ଜଳ ବ୍ୟବହାର କରିଥିବାରୁ ୨୨ଟି ପରିବାର ଜରିମାନା ଦେଇଛନ୍ତି । ଜରିମାନା ଆକାରରେ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରାଯାଇଛି ।

କାବେରୀ ନଦୀର ଜଳ ସ୍ତର କମି ଯାଇଥିବାରୁ IT ହବ୍ ବେଙ୍ଗାଲୁରୁ ପାନୀୟ ଜଳ ସଙ୍କଟ ସମସ୍ୟା ଉପୁଜିଛି । ବେଙ୍ଗାଲୁରୁରେ ୩୦୦୦ ରୁ ଅଧିକ ବୋରୱେଲ ଶୁଖି ଯାଇଛି । ଆର.ଆର ନଗର ପରି ଅଞ୍ଚଳରେ RO ପ୍ଲାଣ୍ଟରେ ପାଣି ପାଇଁ ଲୋକମାନେ ଲାଇନ୍‌ ଲଗାଇ ଛିଡ଼ା ହେଉଛନ୍ତି । ଜଳ ଯୋଗାଣ କରୁଥିବା ଘରୋଇ ଟ୍ୟାଙ୍କର୍ ଅପରେଟରମାନେ ପାଣି ପାଇଁ ଅଧିକ ଚାର୍ଜ କରୁଛନ୍ତି । ବର୍ଷା ଅଭାବରୁ ସମଗ୍ର କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଅଭାବର ସମସ୍ୟାକୁ ନଜରରେ ରଖି ସମସ୍ତ ଫେଣ୍ଟିଙ୍ଗ୍‌ ଓ ନିର୍ମାଣଧିନ ଭଳି ଅନାବଶ୍ୟକ କାମକୁ ସ୍ଥଗିତ ରଖାଯାଇଛି ।  ବେଙ୍ଗାଲୁରୁରେ କାର ଧୋଇବା, ଗାର୍ଡେନିଙ୍ଗ, କନଷ୍ଟ୍ରକ୍ସନ୍‌, ରୋଡ଼ କନଷ୍ଟ୍ରକ୍ସନ୍‌ କିମ୍ବା ଓ୍ଵାଟର ଫାଉଣ୍ଟେନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଏହି କଟକଣାକୁ ଉଲଙ୍ଘନ କଲେ ୫ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.