ଭିନ୍ନ ଜାତିରେ ବିବାହ କରିଥିଲେ ବୋଲି ମୃତଦେହକୁ ମିଳିଲାନି କାନ୍ଧ

ଶବକୁ ମିଳିଲାନି କାନ୍ଧ । ଗାଁ ଦଣ୍ଡରେ ପଡ଼ି ରହିଛି ମୃତଦେହ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରାନାଲି ଗାଁରେ । ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତଦେହକୁ ମିଳିଲାନି ସମ୍ମାନ ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳ ପଦର ପଂଚାୟତ ଚିଙ୍ଗିରା ନାଲି ଗାଁ ର ବେଦ ପଧାନ ।

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ଶବକୁ ମିଳିଲାନି କାନ୍ଧ । ଗାଁ ଦଣ୍ଡରେ ପଡ଼ି ରହିଛି ମୃତଦେହ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରାନାଲି ଗାଁରେ । ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତଦେହକୁ ମିଳିଲାନି ସମ୍ମାନ ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳ ପଦର ପଂଚାୟତ ଚିଙ୍ଗିରା ନାଲି ଗାଁ ର ବେଦ ପଧାନ ।

ବେଦ ପଧାନ ଚିଙ୍ଗିରାନାଲିର ସୁମିତ୍ର ଚଉଲିଆ (୮୦)ଙ୍କୁ ପ୍ରାୟ ୪୦ ବର୍ଷ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ। ସୁମିତ୍ରା ପୂର୍ବରୁ ପୂଜାରୀ ଚଉଲିଆ(୮୫)ଙ୍କୁ ପ୍ରଥମ ବିବାହ କରିଥିଲେ । ବେଦ ପଧାନଙ୍କୁ ସୁମିତ୍ରା ଦ୍ବିତୀୟ ବିବାହ କରିବା ପରେ ଉଭୟ ପରିବାରର ଲୋକେ ଅମଙ୍ଗ ହୋଇଥିଲେ ଏବଂ ସେମାନଙ୍କର ସହିତ ଆଉ ସଂପର୍କ ରଖି ନଥିଲେ। ଏପରିକି ସୁମିତ୍ରାଙ୍କ ମା’ଘର ଲୋକେ ସେହି ସମୟରେ ଶୁଦ୍ଧି ହୋଇଯାଇଥିଲେ।

ତେବେ ଚିଙ୍ଗିରାନାଲି ଗାଁର ୨ ଜଣ ଭଦ୍ରବ୍ୟକ୍ତି ଋଷି ପଧାନଙ୍କୁ ତାଙ୍କ ବାପାଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରିବାକୁ ନିବେଦନ କରିଥିଲେ। କିନ୍ତୁ ଋଷି ପଧାନ କହିଥିଲେ- ବାପାଙ୍କ ଶବ ଅନ୍ତିମ ସଂସ୍କାର କଲେ ଜାତି-ଭାଇ ବାସନ୍ଦ କରିବେ। ସେଥି ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏଥି ପାଇଁ ଯଦି ୨୦ ହଜାର ଟଙ୍କା ଦେବେ ତା’ହେଲେ ମୁଁ ବାପାଙ୍କ ମୃତଦେହ ନେଇ ଅନ୍ତିମ ସଂସ୍କାର କରିବି। ଏହା ପରେ ଗାଁ ଲୋକେ ଫେରିଯାଇଥିଲେ। ଘଟଣା ସଂପର୍କରେ ସୂଚନା ପାଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ୬ ଜଣ ସମାଜସେବୀ ଦେବ ପଧାନଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.