ବିବାହ ବନ୍ଧନରେ ବାନ୍ଧି ହେଲେ ତାପସୀ ପନ୍ନୁ, ବ୍ୟାଡମିଣ୍ଟନ ଖେଳାଳି ମାଥିଆସଙ୍କୁ କଲେ ଜୀବନସାଥୀ

ଗତ ଦଶ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଥିଲେ ଏବଂ ବର୍ତ୍ତମାନର ସୂଚନା ମିଳିଛି, ତାପସୀ ପନ୍ନୁ ଏବଂ ମାଥିଆସ ବୋଙ୍କ ମ୍ୟାରେଜ୍‌ର କାର୍ଯ୍ୟକ୍ରମ ଶେଷ ହୋଇଛି । ଏହା ସହ ତାପସୀ ପନ୍ନୁ ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ର କୋଚ୍‌ ମାଥିଆସ ବୋଙ୍କୁ ମାର୍ଚ୍ଚ ୨୩ ରେ ବିବାହ କରିଛନ୍ତି । ତେବେ ଉଦୟପୁରରେ ଶିଖ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାପସୀ ଏବଂ ମାଥିଆସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବର୍ତ୍ତମାନ ବଲିଉଡରେ ଆଉ ଜଣେ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ତେବେ ତାପସୀ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିଛନ୍ତି । ଏହି କଥାକୁ ନେଇ ତାପସୀ ପନ୍ନୁ ଗତ କିଛି ଦିନ ହେବ ହେଡଲାଇନରେ ରହିଥିଲେ । ଗତ ଦଶ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଥିଲେ ଏବଂ ବର୍ତ୍ତମାନର ସୂଚନା ମିଳିଛି, ତାପସୀ ପନ୍ନୁ ଏବଂ ମାଥିଆସ ବୋଙ୍କ ମ୍ୟାରେଜ୍‌ର କାର୍ଯ୍ୟକ୍ରମ ଶେଷ ହୋଇଛି । ଏହା ସହ ତାପସୀ ପନ୍ନୁ ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ର କୋଚ୍‌ ମାଥିଆସ ବୋଙ୍କୁ ମାର୍ଚ୍ଚ ୨୩ ରେ ବିବାହ କରିଛନ୍ତି । ତେବେ ଉଦୟପୁରରେ ଶିଖ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାପସୀ ଏବଂ ମାଥିଆସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ମାଥିଆସ୍ ବୋ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ତେବେ ମାର୍ଚ୍ଚ ୨୦ରେ ବିବାହ ପୂର୍ବର ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଦମ୍ପତି ସେମାନଙ୍କ ବିବାହରେ କୌଣସି ମିଡିଆର ଧ୍ୟାନ ଚାହୁଁନଥିଲେ । ସେଥିପାଇଁ ଦୁହେଁ ବିବାହରେ ବାହାରୁ କାହାକୁ ଡାକି ନଥିଲେ । ଏପରି ମଧ୍ୟ କୁହାଯାଉଛି ଯେ ସେ ଦୁହେଁ ମିଡିଆ ଏବଂ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ଚାହୁଁଥିଲେ । ସେଥିପାଇଁ ସେମାନେ ଏପରି ମ୍ୟାରେଜ୍‌ କରିଛନ୍ତି ।

ସୂଚନା ମୁତାବକ, ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିବାହରେ କୌଣସି ସେଲିବ୍ରେଟି ସାମିଲ ହୋଇନାହାନ୍ତି । ଏହି ଅଭିନେତ୍ରୀ କେବଳ ଇଣ୍ଡଷ୍ଟ୍ରୀର ତାଙ୍କର ଘନିଷ୍ଠ ବନ୍ଧୁ ଅନୁରାଗ କାଶ୍ୟପ ଏବଂ କାନିକାଙ୍କୁ ନିମନ୍ତ୍ରଣ କରିଥିଲେ । ଏବେ ଅନୁରାଗ କାଶ୍ୟପ ଏବଂ ତାପସୀ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଯେପରି ଭେଟେରାନ୍ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ଫିଲ୍ମ ‘ମନମାରଜିଆନ୍’ ଏବଂ ‘ଦୋବାରା’ ନିର୍ଦ୍ଦେଶନା ଦେଇଥିଲେ । ସେହିପରି କନିକା ତାପସୀଙ୍କର ଅନେକ ଫିଲ୍ମର ସ୍କ୍ରିପ୍ଟ ଲେଖକ ଭାବରେ କାମ କରିଛନ୍ତି । କନିକା ତାଙ୍କ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କ ବିବାହରେ ଯୋଗ ଦେଇଥିଲେ ଏବଂ ସୋସିଆଲ ମିଡିଆରେ ତାପସୀଙ୍କ ଭଉଣୀ ଶାଗୁନ୍ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରି ଏହି ଦମ୍ପତିଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାପସୀ ପନ୍ନୁ ବିବାହର କୌଣସି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.