ବିସିସିଆଇର ନିଷ୍ପତ୍ତି, ଟେଷ୍ଟ ଖେଳାଳିଙ୍କ ଭଳି ରଣଜୀ ଖେଳାଳିଙ୍କୁ ମିଳିବ ଇନସେଣ୍ଟିଭ ସ୍କିମ

ଟେଷ୍ଟ ଖେଳାଳିଙ୍କ ପରେ ବିସିସିଆଇ ରଣଜୀ ଖେଳାଳିଙ୍କୁ ଉପହାର ଦେଇଛି । ଏହି ଖେଳାଳିମାନଙ୍କୁ ଇନସେଣ୍ଟିଭ ସ୍କିମ ଦେବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ରଣଜୀ କ୍ରିକେଟ ପ୍ରତି ଯୁବ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ସହ ବରିଷ୍ଠ ଖେଳାଳିଙ୍କୁ ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ବୋର୍ଡ ଘୋଷଣା କରିଛି ।

ରଣଜୀ ଖେଳାଳିଙ୍କୁ ବଡ ଉପହାର ଦେଇଛି ବିସିସିଆଇ । ଟେଷ୍ଟ ଖେଳାଳିଙ୍କ ପରେ ବିସିସିଆଇ ରଣଜୀ ଖେଳାଳିଙ୍କୁ ଉପହାର ଦେଇଛି । ଏହି ଖେଳାଳିମାନଙ୍କୁ ଇନସେଣ୍ଟିଭ ସ୍କିମ ଦେବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ରଣଜୀ କ୍ରିକେଟ ପ୍ରତି ଯୁବ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ସହ ବରିଷ୍ଠ ଖେଳାଳିଙ୍କୁ ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ବୋର୍ଡ ଘୋଷଣା କରିଛି । ଏବେ ଇଣ୍ଟରନ୍ୟାସନାଲ କ୍ରିକେଟ ବ୍ୟବତୀ ବିସିସିଆଇ ରଣଜୀ ଟ୍ରଫିରେ ଖେଳାଳିଙ୍କୁ ଇନସେଣ୍ଟିଭ ସ୍କିମ ଦେବାକୁ ନିଷ୍ପତ୍ତି ନେଇଛି ।

ଏମସିଏ ଅଧ୍ୟକ୍ଷ କାଲେ କହିଛନ୍ତି, ଆସନ୍ତା ସିଜନରୁ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ଏମସିଏ ପ୍ରତ୍ୟେକ ଖେଳାଳିଙ୍କୁ ଅତିରିକ୍ତ ମ୍ୟାଚ୍ ଫି ପ୍ରଦାନ କରିବ । ବିଶେଷ କରି ରଣଜୀ ମ୍ୟାଚ ଖେଳୁଥିବା କ୍ରିକେଟର ମାନଙ୍କୁ ଅଧିକ ରୋଜଗାରର ସୁଯୋଗ ଦିଆଯିବା ଉଚିତ୍ । ରେଡ ବଲ କ୍ରିକେଟ ଆସୋସିଏସନ୍ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ରଣଜୀ ଟ୍ରଫି ମୁମ୍ବାଇରେ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

ବର୍ତ୍ତମାନ ରଣଜୀ ଖେଳାଳିମାନଙ୍କୁ ପ୍ରତିଦିନ ୪୦ ହଜାରରୁ ୬୦ ହଜାର ଟଙ୍କା ଦିଆଯାଏ । ଯେଉଁ ଖେଳାଳି ଗୋଟିଏ ସିଜିନର ସମସ୍ତ ୭ଟି ଗ୍ରୁପ ମ୍ୟାଚରେ ଖେଳିଥାନ୍ତି, ସେମାନଙ୍କୁ ବର୍ଷକରେ ୧୧.୨ ଲକ୍ଷ ଟଙ୍କା ମିଳିଥାଏ ।

ସୂଚନାଯୋଗ୍ୟ, ଏହାକୁ ନେଇ ପ୍ରଥମେ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ଯଦି ରଣଜୀ ଟ୍ରଫିର ପେମେଣ୍ଟ ବଢାଇ ୨ ଗୁଣ କିମ୍ବା ୩ ଗୁଣ କରି ଦିଆଯାଏ, ତେବେ ଅଧିକ ଖେଳାଳି ରଣଜୀ ଟ୍ରଫି ଖେଳିବେ । ଏହାସହିତ ଖୁବ କମ୍ ଖେଳାଳି ରଣଜୀ ଟ୍ରଫିରୁ ନିଜକୁ ଦୂରେଇ ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.