ଡ୍ରାଇଭରଙ୍କୁ ଟ୍ରାଫିକ ନିୟମ ଟ୍ରେନିଂ, ଓଲା, ଉବେର, କ୍ରୁଟ୍‌, ରାପିଡୋ ଓ ଅଟୋ ଡ୍ରାଇଭରଙ୍କୁ ନିୟମ ଶିଖାଇଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଡ୍ରାଇଭରଙ୍କୁ ଟ୍ରାଫିକ ନିୟମ ଟ୍ରେନିଂ । ରାସ୍ତାରେ କିଭଳି ଗାଡି ଚଲାଇବେ, ଲେନ୍‌ ଡ୍ରାଇଭ କ’ଣ ? ଗାଡି ଚଳାଇବା ବେଳେ ଟ୍ରାଫିକ୍‌ ନିୟମ କିଭଳି ପାଳନ କରାଯାଏ ? ଏନେଇ ରାଜଧାନୀରେ ଥିବା ଓଲା, ଉବେର, କ୍ରୁଟ୍‌, ରାପିଡୋ ଓ ଅଟୋ ଡ୍ରାଇଭରଙ୍କୁ ଟ୍ରେିନିଂ ଦେଇଛି କମିଶନରେଟ ପୋଲିସ । ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ନେତୃତ୍ୱରେ ହୋଇଥିବା ଏହି ଶିବିରରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ଓ ଟ୍ରାଫିକ୍‌ ସମସ୍ୟା ଭିଜୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ତେବେ ସବୁଠୁ ବଡ ସମସ୍ୟା ହେଉଛି, ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବା । ତେଣୁ ଫୋନ୍‌ ଆସିଲେ ଗାଡି ସାଇଡ୍‌ କରି କଥା ହେବାକୁ ଅବଗତ କରିଛନ୍ତି ଟ୍ରାଫିକ୍‌ ଡିସିପି । ନଚେତ୍‌ ନୂଆ ନିୟମ ଅନୁସାରେ ତଣ୍ଡ ଗଣିବେ । ସେପଟେ ଅଟୋ ଗୁଡିକ ଏଣେ ତେଣେ ଗାଡି ଚାଳନ ନକରି, ଲେନ୍‌ ଡ୍ରାଇଭକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଟ୍ରାଫୀକ ଡିସିପି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.