ମା’ ସାନିଆଙ୍କ ବିଜୟ, ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ ପରେ ହୋବାର୍ଟ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଲେ

ହୋବାର୍ଟ : ଦୁଇ ବର୍ଷ ପରେ ପ୍ରତିଯୋଗିତାକୁ ଫେରିଲେ । ଆଉ ପୂରା ଜୋରଦାର କମ୍‌ବ୍ୟାକ୍‌ କଲେ ଭାରତର ଟେନିସ୍‌ କୁଇନ୍‌ ସାନିଆ ମିର୍ଜା । ଏଠାରେ ଖେଳା ଯାଉଥିବା ଡବଲ୍ୟୁଟିଏ ସର୍କିଟ୍‌ ମହିଳା ଡବଲ୍‌ସର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସାନିଆ । ତାଙ୍କ ସାଥୀ ଖେଳାଳି ୟୁକ୍ରେନ୍‌ର ନାଦିଆ କିଚେନୋକଙ୍କୁ ପାର୍ଟନର କରି ସେ ୨-୬, ୭-୬ (୧୦-୩) ସେଟ୍‌ରେ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ସାନିଆ ଓ ନାଦିଆ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।
ମା ହେବା ପରେ ପ୍ରାୟ ଦୁଇ ବର୍ଷ ଧରି ସାନିଆ ଟେନିସ୍‌ରୁ ଦୂରେଇ ରହିଥିଲେ । ତେବେ କିଛି ଦିନ ତଳେ ଅଭ୍ୟାସ ଆରମ୍ଭ କରି ଏବେ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି । ହୋବାର୍ଟ ମ୍ୟାଚ୍‌ରେ ଅବଶ୍ୟ ସାନିଆ ଓ ନାଦିଆଙ୍କୁ ଜିତିବା ପାଇଁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.