ପ୍ରକୃତିର ଅଦ୍ଭୁତ ସୃଷ୍ଟି, ବରଫାବୃତ୍ତ ପାହାଡ଼ରୁ ଝରୁଛି ନିଆଁ

ଆମେ ସମସ୍ତେ ପାଣି ଝରଣା ନିଶ୍ଚିତ ରୂପେ ଦେଖିଥିବୁ ଓ ତାକୁ ଉପଭୋଗ ମଧ୍ୟ କରିଥିବୁ । ଆପଣ ହୁଏତ ଜାଣି ନଥିବେ ପାଣି ଝରଣା ବ୍ୟତୀତ ପ୍ରକୃତି ଆମକୁ ଏକ ଭିନ୍ନ ଝରଣା ମଧ୍ୟ ଦେଇଛି । ଏହି ଝରଣାରେ ପାଣି ନୁହେଁ ବରଂ ନିଆଁ ପଡିଥାଏ । ଏମିତି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ କାର୍ଲିଫର୍ନିଆ ଜଙ୍ଗଲରେ । ଏଠାରେ ଥିବା ଏକ ବରଫାବୃତ ପାହାଡ ଉପରୁ ତଳକୁ ଏକ ନିଆଁ ଝରଣା ବହୁଛି । ଆଉ ସବୁଠୁ ଆଶ୍ଚର‌୍ୟ୍ୟର କଥା ହେଉଛି ଏକ ବରଫ ପାହାଡ ରୁ ତଳକୁ ହିଁ ଏହି ନିଆଁ ଝରଣାଟି ବହୁଛି । ପାହାଡ ଉପରେ ବରଫ କିନ୍ତୁ ତଳେ ପଡୁଛି ନିଆଁ । ଏହି ନିଆଁ ଝରଣା ଟିକୁ ଇଂରାଜୀ ଭାଷାରେ Horsetail Fall’s Fire Fall ନାମରେ ନାମିତ କରାଯାଇଛି ।

fire in pahada

ପ୍ରାୟ ୧୫୭୦ ଫୁଟ ଉପରୁ ହିଁ ଏହି ଝରଣା ବୋହିଥାଏ । ଜାନୁଆରୀ ଓ ଫେବୃଆରୀ ମାସରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର‌୍ୟ୍ୟଟକ ପ୍ରକୃତିର ଏହି ଅଦ୍ଭୁତ ସୃଷ୍ଟିକୁ ଉପଭୋଗ କରିବାକୁ ଆସିଥାନ୍ତି । କାର୍ଲିଫର୍ନିଆର ଏହି ସ୍ଥାନରେ ଯେବେ ସୂର୍ଯ୍ୟାଲୋକ ପଡେ ତାର ସୌନ୍ଦର‌୍ୟ୍ୟ ବେଶ ମନ ମୁଗ୍ଧକର । ଏହାର ଦୃଶ୍ୟ ସମସ୍ତଙ୍କର ମନ ମୋହିନିଏ । ରାତି ସମୟରେ ଏହାର ଦୃଶ୍ୟ ଆହୁରି ମନୋରମ ହୋଇଥାଏ ।

 

fire in pahada

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.