ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍‌ ଡକାୟତି ମାମଲା: କ୍ରାଇମସିନ୍‌ ରିକ୍ରିଏସନ୍‌ କଲା କମିଶନରେଟ ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍‌ ଡକାୟତି ମାମଲା । କ୍ରାଇମସିନ୍‌ ରିକ୍ରିଏସନ୍‌ କଲା କମିଶନରେଟ ପୋଲିସ । ଘଟଣାସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ। ଲିଙ୍ଗିପୁର ଇନ୍ଦିରା କଲୋନୀର ଏସବିଆଇ ଏଟିଏମ କିଭଳି ତାଡିଥିଲେ। ଦୟାନଦୀ କୂଳରେ ATM କେମିତି ଫିଙ୍ଗିିଲେ। ଘଟଣାସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ। କଡା ସୁରକ୍ଷା ବଳୟ ଭିତରେ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ଧଉଳି ଥାନା ପୋଲିସ। ଆସନ୍ତାକାଲି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ପୋଲିସ।

୧୨ ଦିନରେ ଅପରେସନ୍‌ ପରେ ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ୱରରୁ ଲୁଟ୍‌ ପରେ ଏମାନେ ଫେରାର ହୋଇଯାଇ ବେଙ୍ଗାଳୁରୁରେ ଲୁଚି ରହିଥିଲେ। ଡକାୟତି ମାମଲାରେ ସଂପ୍‌ୃକ୍ତ ଅନ୍ୟ ୪ ବାଙ୍ଗଲାଦେଶୀଙ୍କୁ ଖୋଜୁଛି ପୋଲିସ। ସେମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଛି ପୋଲିସ । ଗତ ୪ ତାରିଖରେ ଲିଙ୍ଗିପୁର ଇନ୍ଦିରା କଲୋନୀର ଏସବିଆଇ ଏଟିଏମ ମେସିନ୍‌ ତାଡି ନେଇଥିଲେ । ଦୟା ନଦୀ କୂଳରେ ଟଙ୍କା କାଢ଼ି ଏଟିଏମ୍‌ ମେସିନ୍‌ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏଯାଏ ଏଟିଏମରୁ ଲୁଟ୍‌ ଟଙ୍କା ଜବତ କରିପାରିନି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.